ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ  : ବଡ଼ବିଲ ପ୍ରେସ କ୍ଲବର ଶୋକସଭା 

0

ବଡ଼ବିଲ (ଚିତ୍ତରଞ୍ଜନ କର) : ବରିଷ୍ଠ ସାମ୍ବାଦିକ ତଥା ଲେଖକ ଓ ପରିବେଶବିତ କଳାକାର ନାଏକଙ୍କ  ଦେହାନ୍ତ ହୋଇଯାଇଛି । ମଙ୍ଗଳବାର ଦିନ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଯୋଡ଼ା ସ୍ଥିତ ଟିସ୍କୋ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । କଳାକାର ନାଏକ କେନ୍ଦୁଝର ଜିଲ୍ଲାରେ ଜଣେ ପରିବେଶବିତ ଭାବେ ବେଶ ଜଣାଶୁଣା ଥିଲେ। ତାଙ୍କର ଅକାଳ ବିୟୋଗରେ ଆଜି ବଡ଼ବିଲ ପ୍ରେସ କ୍ଲବ ତରଫରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏଥିରେ ପ୍ରେସ କ୍ଲବର ସଭାପତି ସୁବୋଧ ଦାସ ଅଧ୍ୟକ୍ଷତା କରିଥିଲେ।  ବରିଷ୍ଠ ସାମ୍ବାଦିକ ନିର୍ମଳ ପତି ସ୍ବର୍ଗତ କଳାକାର ନାଏକଙ୍କ ସ୍ମୃତିଚାରଣ କରିବା ସହ ଓଡିଶା ଜଣେ ସୁଗୁଣସମ୍ପନ୍ନ ବିଦ୍ୱାନଙ୍କୁ ହରାଇଲା ବୋଲି କହିଥିଲେ। ଶେଷରେ ସ୍ବର୍ଗତ ଆତ୍ମାଙ୍କ ନିମନ୍ତେ ଏକ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକସଭାରେ ଦେବପ୍ରିୟ ରଣା, ଅଜୟ ଗିରି, ବାଦଲ ମହାନ୍ତ, ପ୍ରହ୍ଲାଦ ମହାନ୍ତ ଓ ଚିତ୍ତରଞ୍ଜନ କର ପ୍ରମୁଖ ଉପସ୍ଥିତ ରହିଥିଲେ ସ୍ବର୍ଗତ ନାୟକଙ୍କର ସ୍ମୃତିଚାରଣ କରିବା ତାଙ୍କର ଆତ୍ମ|ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | 

Leave A Reply

Your email address will not be published.