ରାଜ୍ୟ ବିଦ୍ୟାଳୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଦ୍ଯାପିତ 

0

 

ବାଲେଶ୍ୱର/Ujjwal Kar : ସହରର ଖ୍ରୀଷ୍ଟିଆନ୍ ହାଇସ୍କୁଲ ପଡିଆରେ ଚାଲିଥିବା ୬୩ତମ ରାଜ୍ୟ ବିଦ୍ୟାଳୟସମୁହ ଖୋଖୋ ପ୍ରତିଯୋଗିତା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଏହି ପରିପ୍ରେକ୍ଷୀରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଜନର ନିର୍ବାହୀ ଯନ୍ତ୍ରୀ ନନ୍ଦଦୁଲାଲ ଘଡେଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରାଥମିକ ସ୍ତରରୁ କ୍ରୀଡାପ୍ରତି ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ସଦର ବିଇଓ ପ୍ରାଚୀତନୟା ଗିରି ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟରେ କ୍ରୀଡାବିତ୍ମାନେ ଦିନକୁ ଦିନ ଶ୍ରେଷ୍ଠ  ପ୍ରଦର୍ଶନ କରବା ସହ ଉଦୀୟମାନ ଖେଳାଳଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡାଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ଦାସ, ବଲାଙ୍ଗୀର ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଜ୍ୟୋତି ରଞ୍ଜନ ପରିଡା, ସୋନପୁର ଶାରିରୀକ ଶିକ୍ଷା ନିରୀକ୍ଷକ ଦୁର୍ଯେ୍ୟାଧନ ପରିଡା, ଖୋର୍ଦ୍ଧା ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ପଠାଣୀ ଆଗ୍ରା ସିଂ ପ୍ରମୁଖ ଏଥିରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.