୧ରୁ ଆରଆଇ ଅଫିସ ଘେରିବ କୃଷକ ମୋର୍ଚ୍ଚା

0

ଚାଷୀହକ୍ ପାଇଁ ବିଜେପିର ଆନ୍ଦୋଳନ  ପ୍ରସ୍ତୁତି 

 

ବାଲେଶ୍ୱର/Ujjwal Kar  : ଚାଷୀଙ୍କୁ ଉଚିତ ମୂଲ୍ୟାଙ୍କନ କରିବା ସହିତ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ ଦାବିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତା ଡିସେମ୍ବର ୧ତାରିଖରୁ ମାସେବ୍ୟାପୀ ସମଗ୍ର ଓଡ଼ିଶାରେ ଆରଆଇଙ୍କ କାର୍ଯ୍ୟାଳୟ ଘେରାଓ ପାଇଁ ନଷ୍ପତିି ନିଆଯାଇଥିବା ବେଳେ ଏନେଇ ବାଲେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ  କୃଷକ ମୋର୍ଚ୍ଚା ବାଲେଶ୍ୱର ଜିଲ୍ଲା ଶାଖାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିପନ ବିହାରୀ ଦାସ ଏଥିରେ ପୌରୋହିତ୍ୟ କରିଥିଲେ । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ସଦସ୍ୟ ଶ୍ୟାମା ପ୍ରସାଦ ବେହେରା, କୃଷକ ମୋର୍ଚ୍ଚାର ରାଜ୍ୟ ଉପ-ସଭାପତି ମହେଶ୍ୱର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ସମୀର ପାତ୍ର, ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ଉପ-ସଭାପତି ଅରୁଣ ବେଜ୍ ପ୍ରମୁଖ ଏଥିରେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ରାଜ୍ୟର କୃଷକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କୃଷି ଓ କୃଷକ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଚରମ ସୀମାରେ ପହଞ୍ଚିଥିବା ବେଳେ ବିଜେପି କୃଷକ ମୋର୍ଚ୍ଚା ଶେଷରେ ଆନ୍ଦୋଳନକୁ ଓହ୍ଲାଇବାର ନିଷ୍ପତି ନେଇଥିବା ସେମାନେ ସୂଚନା ଦେଇଥିଲେ । ଗତ ଲଘୁଚାପ ଜନିତ ବର୍ଷାରେ ହୋଇଥିବା ଚାଷକ୍ଷତିର ସଠିକ ସର୍ଭେ, ତୁରନ୍ତ ଉଚିତ କ୍ଷତିପୂରଣ ପ୍ରଦାନ, ଆତ୍ମହତ୍ୟା କରୁଥିବା ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ନିମ୍ନମାନର କୀଟନାଶକ ଔଷଧ କମ୍ପାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ , ଖରିଫ୍ ଚାଷ ଋଣଛାଡ଼, ରବିଚାଷ ପାଇଁ ତୁରନ୍ତ ଋଣ ପ୍ରଦାନ ଆଦି ଦାବି ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ । ଏନେଇ ଆସନ୍ତା ଡିସେମ୍ବର ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ଆରଆଇ କାର୍ଯ୍ୟାଳୟ ଘେରାଓ କରାଯିବାକୁ ରାଜ୍ୟ କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିବା ସେମାନେ କହିଥିଲେ । ଏହି କ୍ରମରେ ମାସେ ସମୟ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ୮୫ ଟି ଆରଆଇ ଅଫିସ୍ କୁ  ମୋର୍ଚ୍ଚା ପକ୍ଷରୁ ଘେରାଓ କରାଯିବ ।ଚାଷୀଙ୍କ ସ୍ୱାର୍ଥରକ୍ଷାରେ ଆୟୋଜିତ ଏହି ଆନେ୍ଦାଳନର ସଫଳତା ପାଇଁ ମୋର୍ଚ୍ଚା ପକ୍ଷରୁ ସବି ମହଲରୁ ସହଯୋଗ କାମନା କରାଯାଇଛି ।  

 

Leave A Reply

Your email address will not be published.