ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗଣେଶ ଚନ୍ଦ୍ର ପ୍ରଧାନଙ୍କ ଦୋକାନରୁ ସେହି ଗ୍ରାମର ବୁଲୁ ଭୁୟାଁ ନାମକ ଜଣେ ଯୁବକ ବୁଧବାର ରାତିରେ କିଛି ଜିନିଷ ଆଣିଥିଲେ ।ଗଣେଶ,ବୁଲୁକୁ ଜିନିଷର ଟଙ୍କା ମାଗିବାରୁ ବୁଲୁ ଟଙ୍କା ଦେବା ପରିବର୍ତେ ତାଙ୍କ ଦୋକାନକୁ ପଥର ମାରିଥିଲା ଏବଂ ଦୋକାନ ସାମ୍ନାରେ ଥିବା ଅଟୋକୁ ଠେଙ୍ଗାରେ ମାରି କାଚ ଭାଙ୍ଗି ଦେଇ ଦୋକାନରେ ନିଆଁ ମାରିଦେଇ ପୋଡି ଦେବାକୁ ଧମକ ଦେଇଥିଲା ।ଏ ନେଇ ଗଣେଶ ଶୁକ୍ରବାର ସଂଧ୍ୟାରେ ବୁଲୁ ନାମରେ ଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ଗାଙ୍ଗପୁର ଥାନାରେ ୧୧୯/୨୫ ନାମରେ ଏକ ମାମଲା ରୁଜୁ କରି ଏଏସ୍ଆଇ ପ୍ରଭାକର ଗନ୍ତା ଘଟଣାର ତଦନ୍ତ କରି ଅଭିଯୁକ୍ତ ବୁଲୁକୁ ଗିରଫ କରି ଆଜି ଆସ୍କା କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ଅଭିଯୁକ୍ତ ବୁଲୁ ନାମରେ ପୁର୍ବରୁ ଦୁଇଟି ମାମଲା ଥିବା ଏବଂ ସେ ବେଲ୍ ରେ ଆସିଥିବା ଥାନା ସୁତ୍ରରୁ ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.
Prev Post