ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିଜେପୁର ଠାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନାଟ୍ୟକାର ଶ୍ରୀଯୁକ୍ତ ମୋହନ ସିଂ କହ୍ନେଇ ଯୋଗଦାନ କରି ମାତୃଭାଷାକୁ ଗୁରୁତ୍ଵ ଦେବା ସହ ଏହାର ସୁରକ୍ଷା କରିବାକୁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗୁରୁମା ସୁଶ୍ରୀ ମନ୍ଦାକିନୀ ସାହୁ । ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀଯୁକ୍ତ ଉମାକାନ୍ତ ଜାଲ ଅତିଥି ପରିଚୟ କରିଥିଲେ। ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୈରବ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ମାତୃଭାଷା ଦିବସ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.