ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ଅଙ୍ଗନୱାଡି କେନ୍ଦ୍ର (୧) ରେ କିଶୋରୀମେଳା ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ମିନତି ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଡାଖୁଣ୍ଟା ସରପଞ୍ଚ ଲିଳାଦେଇ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଙ୍ଗନୱାଡି ସୁପରଭାଇଜର ସାଇରା ଭାନୁ,ପୋଷଣ ବିସି ଦୁର୍ଗା ନାୟକ,ସୁଭଦ୍ରା ହେଲ୍ପ ଡେସ୍କ ଆମର ଭତରା,ଶିକ୍ଷକ ଅଜୟ କଚିମ୍ ଓ ଶିକ୍ଷୟତ୍ରୀ ସ୍ୱରୁପାରାଣି ନାୟକ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଓ ଡାବୁଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋରୀ ମାନଙ୍କ ପୁଷ୍ଟି ଯୋଜନା ସୋପାନ ସମ୍ପର୍କରେ ଆଲୋଚନା ହୋଇଥିଲା। କିଶୋରୀ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ,କିଶୋରୀଙ୍କ ପୁଷ୍ଟି ସାଧନ,ବାଲ୍ୟ ବିବାହ ରୋକିବାରେ ଅଭିଭାବକ ମାନଙ୍କ ଭୂମିକା ସମ୍ପର୍କରେ ସିଡି ପିଓ ମିନତି ଦାସ ବିସ୍ତୃତ ଭାବେ କହିଥିଲେ। କାର୍ଯ୍ୟକ୍ରମରେ ଆଭିମୁଖ୍ୟ,କିଶୋରି ଙ୍କ ଶିକ୍ଷା,ସ୍ବାସ୍ଥ୍ୟ ଓ ପୋଷଣ ସମ୍ପର୍କରେ ସୁପର ଭାଇ ଜର ସାଇରା ଭାନୁ ସଚେତନ କରିଥିଲେ। ଏହି ଅବସରରେ କିଶୋରୀ ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଘୋଡା ଖୁଣ୍ଟା ପଞ୍ଚାୟତ ର ୧୫ ଟି ଅଙ୍ଗନୱାଡି କେନ୍ଦ୍ର ର କିଶୋରୀ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଘୋଡାଖୁଣ୍ଟା (୧) ଅଙ୍ଗନୱାଡି କର୍ମୀ ସଂଧ୍ୟାରାଣୀ ପାଢ଼ୀ ପରିଚାଳନା କରିଥିବା ବେଳେ ସମସ୍ତ ଅଙ୍ଗନୱାଡି କର୍ମୀ , ଆଶା,ସହାୟିକା,ପାଚିକା, ସି ଆର ପି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.