ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜନ ହୋଇ ଯାଇଛି। ବାସୁଦେବପୁର ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ଜନ୍ମ ଦିନ ଅବସର ରେ ସମସ୍ତ ମଣ୍ଡଳ ସଭାପତି ଓ କାର୍ଯ୍ୟ କର୍ତ୍ତା ମାନଙ୍କ ମିଳିତ ରେ ଆୟୋଜନ ହୋଇ ଯାଇଛି ବିଶାଳ ରକ୍ତ ଦାନ ଶିବିର ଓ ଫଳ ବଣ୍ଟନ କାର୍ଯ୍ୟ କ୍ରମ। ବାସୁଦେବପୁର ନୀଳମଣି ଟାଉନ ହଲ ପରିସର ରେ ରକ୍ତ ଦାନ ଶିବିର ଆୟୋଜନ ହେବା ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଫଳ ବଣ୍ଟନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା ଓ ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ନିଜେ ବାଣୀ କଲ୍ୟାଣ ମହାନ୍ତି ରକ୍ତ ଦାନ କରିବା ସହ ଆଜିର ଯୁବ ସମାଜ ନିଜ ନିଜର ଜନ୍ମ ଦିନ ରେ ରକ୍ତ ଦାନ ଭଳି ମହତ୍ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି। ବାସୁଦେବପୁର ବିଜେପି ନେତା ମଧୁ ଶୁଧନ ପାଢ଼ୀ, ଡ ପ୍ରତାପ ନାୟକ,ଭଗବାନ ମହାନ୍ତି, ଜୟ ପ୍ରକାଶ ମଲ୍ଲିକ, ନିର୍ମଳ ପଣ୍ଡା , ସମସ୍ତ ମଣ୍ଡଳ ସଭାପତି ଆଶୁତୋଷ ସାମଲ, ରତିକାନ୍ତ ଦଳାଇ, ଜଗବନ୍ଧୁ ମଲିକ, ଅମର ଦାସ, ଅମର ନାୟକ, ବିଜୟ ମାଝୀ ଙ୍କ ସହ ବିଜେପି କର୍ମୀ ବିଦ୍ୟାଧର ବେହେରା, ମଞ୍ଜୁଲତା ସାହୁ, ପରେଶ୍ ସାହୁ, ବଂଶୀ ଧର ବିଶ୍ଵାଳ ଙ୍କ ସହ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post