ଅସ୍ତରଙ୍ଗ: ଗତ ରବିବାର ଦିନ ପୁରୀ ସଦର ଅଧିନ ଚାରିଶ୍ରୀ ଗ୍ରାମରୁ ଅସ୍ତରଙ୍ଗ ବ୍ଲକ ର ନଗର ଗ୍ରାମକୁ ଆସିଥିବା ବରଯାତ୍ରୀ ଦଳ ର ଜଣେ ଯୁବକ ଜେକି ସୁଶାନ୍ତ କୁମାର ଦାସ,(ବୟସ ୫୦) ବରଯାତ୍ରୀ ପ୍ରୋସେଶନ ଚାଲି ଥିବା ବେଳେ,ତାଙ୍କ ପକେଟରୁ ରିଭଲ ବଲ ବାହାର କରି ଅଚାନକ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଥିଲେ । ହେଲେ ଗୁଳି ଗୁଡ଼ିକ କାହା ଦେହରେ ନ ବାଜି ଅନ୍ୟତ୍ର ଚାଲି ଯାଇଥିଲା । ଗୁଳି ଶବ୍ଦ ଶୁଣି ଲୋକ ମାନେ ଏଣେ ତେଣେ ଦୌଡ଼ି ଥିଲା ବେଳେ,ଭୟଭୀତ ମଧ୍ୟ ହୋଇ ପଡ଼ିଥିଲେ । ଏହି ଘଟଣାଟି ସେହିଠାରେ ଅଟକି ଯାଇଥିବା ବେଳେ,ହେଲେ ଗୁଳି ଫୁଟା ଭିଡିଓ ଟି କୌଣସି ମତେ କିଏ ମୋବାଇଲରେ କଏଦ କରି ଦେଇ ଥିଲେ । ଆଜି ତଥା ଗୁରୁବାର ଦିନ ଏହି ଭିଡିଓ ଟି ଭାଇରାଲ ହେବାରୁ ଅସ୍ତରଙ୍ଗ ପୋଲିସ ଘଟଣାର ଅନୁସନ୍ଧାନ କରି,ଆସାମୀ ଗ୍ରାମ ଚାରିଶ୍ରୀ କୁ ଜାଇ ଆସାମୀ ସୁଶାନ୍ତ କୁ ଗିରିଫ ସହ ତାର ବନ୍ଧୁକ ଜବତ କରି ତାକୁ ଅସ୍ତରଙ୍ଗ ଥାନାକୁ ଆଣି କୋର୍ଟ ଚାଲାଣ କରିଥିବା ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ କୁମାର ବଳିୟାରସିଂ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.