ବାଣପୁର :(ସେକ କୌସର):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ନିର୍ଦ୍ଦେଶକ୍ରମେ ତଥା ଖୋର୍ଦ୍ଧା ଜିଲ୍ଲା ସମଗ୍ର ଶିକ୍ଷା ସହାୟତାରେ ବ୍ଳକ୍ ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ -୧ ବାଣପୁର ଠାରେ ପାଞ୍ଚ ଦିନିଆ ନବ ନିଯୁକ୍ତ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ପର୍ଯ୍ୟାୟ- ୨ ” ପ୍ରେରଣା ” ଉଦଯାପିତ ହୋଇଯାଇଛି। ଏହି କର୍ମଶାଳାରେ ନବ ନିଯୁକ୍ତ ଶିକ୍ଷକ ମାନଙ୍କ ମଧ୍ୟରୁ ଅବଶିଷ୍ଟ ୩୯ ଜଣ କନିଷ୍ଠ ଶିକ୍ଷକଙ୍କୁ ସମ୍ବଳ ଶିକ୍ଷକ ତଥା ସାଧନ କର୍ମୀ ସନ୍ତୋଷ କୁମାର ଷଡଙ୍ଗୀ, ବିଭୂତି ଭୂଷଣ ଦାଶ, ଦିଲ୍ଲୀପ କୁମାର ନିଶଙ୍କ, ସୁମତି ଘଡେ଼ଇ ପ୍ରମୁଖ ବରିଷ୍ଠ ଶିକ୍ଷକଙ୍କ ଦ୍ବାରା ତାଲିମ ପ୍ରଦାନ କରାଯାଇଥିଲା। ଜାତୀୟ ଶିକ୍ଷାନୀତି ଅନୁସାରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ଙ୍କ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି,ଆମ ବିଭାଗର କାର୍ଯ୍ୟଧାରା ,ଅନ୍ତର୍ନିବେଶୀ ଶିକ୍ଷାର ସଫଳ ରୂପାୟନ, କ୍ରିୟାତ୍ମକ ଗବେଷଣା, ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷାଶାସ୍ତ୍ର ସହିତ ଶ୍ରେଣୀ ପରିଚାଳନା ପାଇଁ ” ପ୍ରେରଣା ” କର୍ମଶାଳାରେ ପରାମର୍ଶ ଦିଆଯାଇଥିଲା। ଉଦଯାପନୀ ଦିବସରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସିଏଚ୍. ବିଜୟା ଲକ୍ଷ୍ମୀ , ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝରଣା ଓଝା, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ପ୍ରଭାତ କୁମାର ସେଠୀ, ଗୋଷ୍ଠୀ ସାଧନ ଶିକ୍ଷୟିତ୍ରୀ ବିଶ୍ଵଜିତା ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଆମର ଶିଶୁଙ୍କର ଓ ରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶିକ୍ଷକ ମାନଙ୍କୁ ପ୍ରେରଣା ଦେବା ଓ ସଶକ୍ତ କରିବା ଅତ୍ୟନ୍ତ ଆବଶ୍ୟକ।
Sign in
Sign in
Recover your password.
A password will be e-mailed to you.