ବରମୁଣ୍ଡା ମନ୍ଦିର ପୂଜକ ରୋହିତାଶ୍ୱ ମାଝୀ ଆଉ ନାହାନ୍ତି

2

 ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜକ ରୋହିତାଶ୍ୱ ମାଝୀ ଆଉ ଆମ ଗହଣରେ ନାହାନ୍ତି।୬୦ ବର୍ଷ ବୟସରେ ତାଙ୍କର ଗତକାଲି ରାତ୍ର ୯ ଘଟିକା ସମୟରେ ପରଲୋକ ହୋଇ ଯାଇଛି।ସେ ହିନ୍ଦୁ ସଂସ୍କୃତି, ପରମ୍ପରା ଉପରେ ବେଶ ଯତ୍ନବାନ ଥିଲେ।ସେ ଜଣେ ମିଷ୍ଟଭାଷୀ, କର୍ମଠ, ସାହସୀ, ବିଦ୍ୱାନ ଅମାୟିକ ବ୍ୟକ୍ତି ବିଶେଷ ଥିବାରୁ ସାରା ଅଞ୍ଚଳର ଲୋକେ ତାଙ୍କୁ ଜାଣନ୍ତି। ଗତକାଲି ରାତ୍ର ୯ ଘଟିକା ସମୟରେ ସେ ଇହଲିଳା ସମ୍ବରଣ କରି ଆମ ଗହଣରୁ ସ ବୁଦିନ ପାଇଁ ଆର ପାରିକି ଚାଲି ଯାଇଛନ୍ତି।ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ ଙ୍କ ସମେତ ସପରିବାର ଉପସ୍ଥିତ ଥିଲେ। ଶେଷରେ ବଡ଼ପୁଅ ଲଲାଟେନ୍ଦୁ ମାଝୀ ଅନ୍ତିମ ଶବଦାହ ସମୟରେ ମୁଖାଗ୍ନୀ ଦେଇଥିଲେ।

Leave A Reply

Your email address will not be published.