ଅସ୍ତରଙ୍ଗ : ଅସ୍ତରଙ୍ଗ ନୂଆଗଡ ସ୍ଥିତ ସାମୁଦ୍ରିକ ଥାନା ରେ ପୋଲିସ ତରଫରୁ କମ୍ୟୁନିଟ୍ ସାଂସ୍କୃତିକ ଓ ବାଦ୍ୟଯନ୍ତ୍ର କାର୍ଯ୍ୟକ୍ରମ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଧେଶ୍ୟ ସାମୁଦ୍ରିକ ଥାନା ସହିତ ଥାନା ଅନ୍ତର୍ଗତ ସମସ୍ତ ଅଞ୍ଚଳ ରେ ଜନସାଧାରଣ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ସହିତ ପ୍ରତ୍ୟେକ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଙ୍କୁ ପ୍ରୋତ୍ସାହିତ କରାଇବା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧକ୍ଷ ବିଷ୍ଣୁପ୍ରସାଦ ପତ୍ତି ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ଭିତରେ ନିମାପଡା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତ୍ତି, ଅସ୍ତରଙ୍ଗ ବିଡ଼ିଓ ସସ୍ମିତା ବେହେରା, ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଶ୍ରୀମତି ଆରତୀ ନାୟକ, ନୂଆଗଡ ସାମୁଦ୍ରିକ ଥାନା ଭାରପ୍ରାପ୍ତ ଅଧିକାରୀ ଅଚ୍ୟୁତାନନ୍ଦ ବେହେରା, ଅସ୍ତରଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେଶ କୁମାର ବଳିୟାର ସିଂ, ନୂଆଗଡ ସମିତି ସଭ୍ୟ ରାମଚନ୍ଦ୍ର ନାୟକ ଯୋଗ ଦେଇଥିଵା ବେଳେ , ପରିବେଶବିତ୍ ଶୋଭାକର ବେହେରା ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ସାମୁଦ୍ରିକ ଥାନା ପକ୍ଷ ରୁ ଉତ୍ତରୀୟ, ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧନା କରାଯିବା ପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ସଭା ଶେଷରେ ନୂଆଗଡ ଓ ଝାଡ଼ଲିଙ୍ଗ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନୃତ୍ୟ ଗୀତ ର ଆସର ଜମିଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ବୃନ୍ଦ ସାଧାରଣଲୋକ ଓ ପୋଲିସ ଭିତରେ ଥିବା ସୁସମ୍ପର୍କ ଉପରେ ଆଲୋକପାତ କରିଥିଲେ । ସାଧାରଣଲୋକ ଙ୍କ ପାଇଁ ପୋଲିସ ର ସେବା ସଦା ସର୍ବଦା ଓ ଆଉ ପୋଲିସ କୁ ସମସ୍ତ କାର୍ଯ୍ୟକ୍ରମ ରେ ସାଧାରଣ ଲୋକ ଙ୍କ ସାହାଯ୍ୟ ନିତ୍ୟାନ୍ତ ଆବଶ୍ୟକ ବୋଲି ଅତିରିକ୍ତ ଏସପି ମତାମତ ଦେଇଥିଲେ । ନୂଆଗଡ ସାମୁଦ୍ରିକ ଥାନା ତରଫରୁ ନୂଆଗଡ ଓ ଝାଡ଼ଲିଙ୍ଗ ପଞ୍ଚାୟତ ବିଦ୍ୟାଳୟ ରେ ଦୌଡ଼, ନୃତ୍ୟ, ବାଦ୍ୟ, ବକ୍ତୃତା, ସ୍ଲୋ ସାଇକେଲ ରେସ, ଆଳୁ ଚାମଚ ଦୌଡ଼ ପ୍ରତିଯୋଗିତା କରାଯାଇଥିଲା ତା ସହିତ ଉଭୟ ପଞ୍ଚାୟତ ରୁ କିଛି ଯୁବକ ମାନଙ୍କୁ ନେଇ କ୍ରିକେଟ ଓ ଭଲି ବଲ୍ ଟୁର୍ନାମେଣ୍ଟ କରାଯାଇଥିଲା ।ଏହି ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଓ ଖେଳାଳି ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ସହିତ ପୁରସ୍କୃତ କରାଯାଇ ଥିଲା ଏହା ସହ ଏହି ଥାନା ଅଧୀନରେ ଭିନ୍ନ ଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ପାଈଁ ଅନେକ ବରିଷ୍ଠ ନାଗରିକ ଓ ବ୍ୟକ୍ତି ମାନଙ୍କୁ ଉତ୍ତରୀୟ ସହିତ ମାନପତ୍ର ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯିବା ସହ ଥାନା ଅଧୀନରେ କାର୍ଯ୍ୟରତ ଅନେକ କର୍ମଚାରୀ ମାନଙ୍କୁ ସେମାନଙ୍କ ପ୍ରତିଭା ପାଇଁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ନୂଆଗଡ ଓ ଝାଡ଼ଲିଙ୍ଗ ପଞ୍ଚାୟତ ରୁ ଅନେକ ବୁଦ୍ଧିଜୀବୀ, ରାଜନେତା, ଛାତ୍ରଛାତ୍ରୀ, ଯୁବପିଢୀ ଉପସ୍ଥିତ ରହିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post