ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦିନକୁ ଦିନ ବଢିବାରେ ଲାଗିଥିବା ଚୋରା ଓ ନକଲି ଦେଶୀ ବିଦେଶୀ ମଦ ର ଖୁଲମ୍ ଖୁଲା କାରବାର ଭଞ୍ଜନଗର ପୋଲିସ୍ ଚାରିଆଡେ ଏକପ୍ରକାର ନାକାବନ୍ଦି କରିଦେଇଛି। ଏଥି ନିମନ୍ତେ ଚୋରା ମଦ କାରବାର ନିମନ୍ତେ କେତେକ ବ୍ୟବସାୟୀ ଘର, ନିଛାଟିଆ ସ୍ଥାନକୁ ବାଛି ନେଉଛନ୍ତି। ଯ ଦ୍ଵାରା କିଏ ଜାଣି ପାରିବେ ନାହିଁ କିନ୍ତୁ ପୋଲିସ୍ ନଜର ରୁ କେହି ଦୋଷୀ ଖସିପାରିବେ ନାହିଁ। କାରଣ ଏହି ଚୋରା ମଦ କାରବାର ରେ ଅନେକ ଦେଶୀ ବିଦେଶୀ ନକଲି ବିଶାକ୍ତ ମଦକୁ ବେଳେ ବେଳେ ଲୋକ ମାନେ ସେବନ କରି ଅକାଳରେ ମୃତ୍ୟୁବରଣ କରିଥାନ୍ତି। ଏବଂ ଖୁଲମଖୁଲା ମଦ ବିକ୍ରି ଦ୍ଵାରା ଅସାମାଜିକ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ସାଧାରଣ ଜନତା ସ୍କୁଲ୍ ଛାତ୍ରଛାତ୍ରୀ ହଇରାଣ ହୁଅନ୍ତି ଓ ବେଳେ ବେଳେ ଦୁର୍ଘଟଣା ର ଶିକାର ମଧ୍ୟ ହୋଇଥାନ୍ତି। ଫଳରେ ସୁରକ୍ଷା ପ୍ରଦାନ କାରି ଆରକ୍ଷୀ ମାନଙ୍କ ମୁଣ୍ଡ ବ୍ୟଥା ର କାରଣ ହୋଇଥାଏ।
ଭଞ୍ଜନଗର ପୋଲିସ୍ ପକ୍ଷରୁ ଅତର୍କିତ ଚଢଉ କରାଯାଇ ଉକ୍ତ ଥାନା ଅଧୀନ ନନ୍ଦିନୀପଲ୍ଲୀ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ଘର ପଛପଟୁ ୨୯ ଟି କାର୍ଟୁନ୍ ଏବଂ ପ୍ୟାକେଟ ରୁ ୧୫୩.୯୨୦ ଲିଟର ବିଦେଶୀ ମଦ ଓ ୧୧ ଲିଟର ଦେଶୀ ମଦ ଜବତ କରାଯାଇଛି। ଭଞ୍ଜନଗର ପୋଲିସ୍ ଦ୍ଵାରା କେସ୍ ନଂ ୧୮୪/୨୦୨୪ ରୁଜୁ କରାଯାଇ ଓଡ଼ିଶା ଅବକାରୀ ଆଇନ ସେକ୍ସନ ୫୨ (କ) ଅନୁଯାୟୀ ନନ୍ଦିନୀପଲ୍ଲୀ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା (ପିତା – ସ୍ୱର୍ଗତ ଅନ୍ତର୍ଯ୍ୟାମୀ ବେହେରା) ଙ୍କୁ ଗିରଫ କରିଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି । ଆଜି ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୁଚନା ମିଳିଛି। ଭଞ୍ଜନଗର ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଥାନାଧିକାରୀ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସଂପୂର୍ଣ୍ଣ ଭାବରେ ଆକ୍ସନ୍ ମୋଡ୍ କୁ ଆସିଯାଇଛନ୍ତି। ଯାହାଫଳରେ ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ଥିବା ଓ ଏହାକୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତି ଙ୍କ ନିସ୍ତାର ନାହିଁ ବୋଲି ଅନେକ ଜନସାଧାରଣ ଖୁସି ମଧ୍ୟ ଅଛନ୍ତି।
Sign in
Sign in
Recover your password.
A password will be e-mailed to you.