ତୁଲଣ୍ଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ମହୋତ୍ସବ

0 2

 ବରପାଲି :-ବରପାଲି ବ୍ଳକ ତୁଲଣ୍ତି ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ସମୟରେ ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ପିଠରେ ପୂଜାର୍ଚ୍ଚନା ପୂର୍ବକ ସମଲେଶ୍ୱରୀ ମନ୍ଦିରରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ପରେ ଉତ୍ସବ ମଣ୍ତପରେ ଦୀପ ସ୍ଥାପନ କରାଯାଇଥିଲା। ଏହାପରେ ଉଦ୍‌ଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ବଢ଼ାଇ ମୁଖ୍ୟ ଅତିଥିଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାକୁ ବରଲାବହାଲ ସ୍କୁଲର ଶିକ୍ଷକ ସୋହନ ପଧାନ ସଂଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଲୋକବନ୍ଧୁ ପଧାନ ମୁଖ୍ୟ ବକ୍ତା, ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା ସ୍ୱତନ୍ତ୍ର ଅତିଥି , ସମିତି ସଭ୍ୟ ଉପେନ୍ଦ୍ର ବାଗ, ବିଜୟପଲ୍ଲୀ ପୋଲିସ ଫାଣ୍ଡି ଅଧିକାରୀ ମୋହନ ସୁନ୍ଦର ବାଗ,  ହାସ୍ୟକବି ଭରତ ନାଏକ, ବିଦ୍ୟାଳୟର ଚେୟାରମ୍ୟାନ ଚିତ୍ତରଞ୍ଜନ ନାଏକ ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇଥିଲେ। ଅନ୍ୟତମ ଅତିଥି ଭାବେ ଗ୍ରାମର ଶିକ୍ଷାବିତ୍ ଲକ୍ଷ୍ମୀ ପ୍ରସାଦ ଥପା, ରଘୁନାଥ ଷଡ଼ଙ୍ଗୀ, କମଲେଶ ଭୋଇ, ପ୍ରଦୀପ ଶତପଥି, ନିତ୍ୟାନନ୍ଦ ସାହୁ ମଂଚାସୀନ ହୋଇଥିଲେ। ଏଥି ସହିତ ମେଧାବୀ ଛାତ୍ରଛାତ୍ରୀ, ସର୍ବାଧିକ ଉପସ୍ଥାନ, ସମୟାନୁବର୍ତ୍ତିତା, ଶୃଙ୍ଖଳା, କଳା ହସ୍ତଶିଳ୍ପ, ନେତୃତ୍ୱ, ପରିଷ୍କାର ପରିଚ୍ଛନ୍ନତା, ଦାୟିତ୍ୱବୋଧ ଆଦି ବିଭିନ୍ନ ବ୍ୟକ୍ତିଗତ ଓ ସାମାଜିକ ଗୁଣାବଳୀ ଉପରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ଷଷ୍ଠ ଶ୍ରେଣୀ ଛାତ୍ରୀ ସୁମନ ସାହୁଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଭିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।  ଶିକ୍ଷକ ସୁଜିତ ପଟେଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଶୁକଦେବ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା, ମାତୃମଣ୍ଡଳୀ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।

Leave A Reply

Your email address will not be published.