ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୫/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଆଜି ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ରଶ୍ମିତା ନେତମ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଥି ପୂର୍ବରୁ ଶ୍ରୀମତୀ ନେତମ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ଡାବୁଗାଁ ବ୍ଲକ ରେ ଚନ୍ଦା ହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭେନ କୁମାର ମଣ୍ଡଳ ଅତିରିକ୍ତ ଦାୟିତ୍ବରେ କାର୍ଯ୍ୟ କରି ଆସୁଥିଲେ। ତେବେ ଜଣେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନ ଥିବାରୁ ବିଭିନ୍ନ ସମୟରେ କାର୍ଯ୍ୟାଳୟ କାର୍ଯ୍ୟରେ ଅସୁବିଧା ଦେଖା ଦେଉଥିଲା। ଜଣେ ସ୍ଥାୟୀ ବିଇଓ ଙ୍କୁ ପାଇବା ପରେ ଶିକ୍ଷକ ମହଲରେ ଖୁସି ର ଛାୟା ଖେଳି ଯାଇଛି। ଆଜି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ବିଇଓ ରଶ୍ମିତା ନେତମ ଙ୍କୁ ବିଇଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଫୁଲ ତୋଡା ଦେଇ ଭବ୍ୟ ସ୍ଵାଗତ କରିଥିଲେ। ଏହି ସମୟରେ ବି ଆର ସି ସି ଭଗବାନ ମାଝୀ, ଏବିଇଓ ସନ୍ତୋଷ ସାହୁ, ସି ଆର ସି ସି ଗୁପ୍ତ ପ୍ରସାଦ ନାଗ,ହେମନ୍ତ ପଣ୍ଡା,ପ୍ରସନ୍ନ ଦଣ୍ଡସେନା,ଧନଞ୍ଜୟ ବଡ ଜେନା,ହେମେନ୍ଦ୍ର ବେହେରା ଓ ଗୀତାଞ୍ଜଳି ବସ୍ତିଆ ସହ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post