ଯାଜପୁର (ଶାସକ ପ୍ରଶାସକ) : ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଅବାଧ ଜନସଂଖ୍ୟା ସହିତ ଅପରାଧ ଓ ଅନୈତିକ କାର୍ଯ୍ୟ ବଢିଚାଲିଛି। ଗତ ରାତିରେ ଦେହ କାରବାର ହେଉଥିବା ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ସହରର ପଦ୍ମପୁର ଅଞ୍ଚଳରେ ଚାଲିଥିଲା ଦେହ ବ୍ୟବସାୟ। ଏକ ଦୁଇ ମହଲା ଘରର ଏକାଧିକ ଶୀତତାପ ନିୟନ୍ତ୍ରିତ କୋଠରୀରେ ଚାଲିଥିଲା ଏଭଳି ଅନୈତିକ କାରବାର। ଯାହା ଉପରେ ଅତର୍କିତ ଚଢ଼ାଉ କରିଥିଲା ଯାଜପୁର ରୋଡ୍ ପୋଲିସ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯାଜପୁର ରୋଡ ଏସଡିପିଓଙ୍କ ନେତୃତ୍ୱରେ ହୋଇଥିଲା ଏହି ଚଢ଼ାଉ। ଚଢ଼ାଉ ବେଳେ ଘର ଭିତରୁ ରାଣୀ ମହୁମାଛି ଭାବେ ଚର୍ଚ୍ଚା ହେଉଥିବା ଜଣେ ମହିଳାଙ୍କ ସମେତ ଅନ୍ୟ ଦୁଇ ଜଣ ଦେହଜୀବୀ ଏବଂ ତିନି ଜଣ ଯୁବକଙ୍କୁ ପୋଲିସ ଉଦ୍ଧାର କରିଛି। ଘଟଣାସ୍ଥଳରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତେବେ ଏହି ସମୟରେ ଅନ୍ୟ କିଛି ଯୁବକ ଦୁଇ ମହଲା ଛାତରୁ ଦେଇ ଘର ପଛପଟ ରାସ୍ତାରେ ଖସି ପଳାଇଥିବା କୁହାଯାଇଛି। ତେବେ ପୋଲିସ ହାତରେ ଧରାପଡ଼ିଥିବା ସମ୍ପୃକ୍ତ ଯୁବକ ମାନଙ୍କୁ ଥାନାରେ ଅଟକ ରଖି ପୋଲିସ ପକ୍ଷରୁ ପଚରା ଉଚରା ଜାରି ରହିଛି। ଘଟଣା ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଚାଲିଛି। ତେବେ ଏଠାରେ ଦୀର୍ଘ ଦିନ ହେବ ଏହି ବ୍ୟବସାୟ ଚାଲିଆସିଥିବା ପୋଲିସକୁ ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଦୁଇ ତିନି ବର୍ଷ ତଳେ ଏହି ଘର ଉପରେ ଚଢ଼ାଉ କରାଯାଇ ଦେହଜୀବୀ ଧରାଯାଇଥିଲେ।:
Sign in
Sign in
Recover your password.
A password will be e-mailed to you.