ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୫/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଏକ୍ସ କ୍ୟେଡର (ସହକାରୀ ଶିକ୍ଷକ) ସଂଘର ଏକ ଜରୁରୀ ବୈଠକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘ ସଭାପତି ବଲ୍ଲଭ ନାରାୟଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ସଂଘ ତରଫରୁ ଇନକମ ଟେକ୍ସ, ସମ୍ପତି ବିବରଣୀ ପ୍ରଦାନ ସହ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସହକାରୀ ଶିକ୍ଷକ ମାନେ ସଂଘ ର ଏକତା ନେଇ ଆଲୋଚନା କରିଥିଲେ। ଏହି ଅବସରରେ ବ୍ଲକ ର ସମସ୍ତ ଏକ୍ସ କେଡର ଶିକ୍ଷକ ଶିକ୍ଷୟତ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସଫେଇ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ଉପ ସଭାପତି ନରସିଂହ ମାଝୀ, ଜିତେନ୍ଦ୍ର ମାଝୀ, ବିଶ୍ୱେଷ ତ୍ରିପାଠୀ, ପ୍ରଦୀପ ପାଢୀ,ଦୁର୍ଗା ପ୍ରସାଦ ରଥ, ବାଦଲ ଜେନା,ଏମ ଶ୍ରୀନିବାସ ରାଓ, ବିଭୁଡଦତ ବିଶୋଇ, ମନୋଜ ବିଶୋଇ, ରଣଜିତ ଗୁପ୍ତା , ଡମଣା ମେହେର, ରବି ପ୍ରଧାନ, ଦେବାଶିଷ ବେହେରା,ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post