ପିପିଲିପାଲିରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

0 2

 ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ କ୍ଲଷ୍ଟରର ପିପିଲିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନଵମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଆରସିସି ରାଜେଶ୍ଵର ବେହେରାଙ୍କ ସଂଯୋଜନାରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ ମୁଖ୍ୟ ଅତିଥି, ବରିଷ୍ଠ ଶିକ୍ଷକ ସଂକୀର୍ତ୍ତନ ଵିଶି, ସ୍ଥାନୀୟ ସ୍କୁଲର ଚେୟାରମେନ ଭୁବନ ଦୀପ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଏଫ୍ ଏଲ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଵିନି ନାଏକ, ତୁଳସୀ ମେହେର,ପୂଜା ପଟେଲ ପ୍ରମୁଖ ଛାତ୍ରୀଗଣ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ରୋହିତ ସାହୁ ସମସ୍ତଙ୍କୁ ସ୍ବାଗତ ଜଣାଇବା ବେଳେ ସହକାରୀ ଶିକ୍ଷକ ଅଭିଷେକ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।ପରେ ଫେବୃଆରୀ ମାସର ଶୈକ୍ଷିକ କ୍ୟାଲେଣ୍ଡର,ପାଠ ଯୋଜନା ନମୁନା,ଟ୍ରାକର ଉପରେ ବିଶଦ ଆଲୋଚନା ହୋଇଥିଲା। ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ତ୍ରିମାତ୍ରିକ ଶିକ୍ଷକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଶୈକ୍ଷିକ କ୍ଷେତ୍ରରେ ପାରଙ୍ଗମ କରିଵା ପାଇଁ ପ୍ରତିବନ୍ଧକ ବିଷୟରେ ପୁଂଖାନୁପୁଂଖ ଆଲୋଚନା ହୋଇଥିଲା।ପୁରାତନ ଛାତ୍ରୀ ସୁନୀତା ଗିରି ଓ ପିଙ୍କି ଦୀପ ମନଛୁଆଁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସ୍କୁଲ ପରିଚାଳନା କମିଟି ଉପସଭାପତି ଚନ୍ଦ୍ରକାନ୍ତି ଦୀପ, ସଦସ୍ୟ ଗୋବିନ୍ଦ ସାହୁ, ସନ୍ଧ୍ୟା ପଟେଲ,ଓ୍ବାଡସଭ୍ୟ ଗଜରାଜ ପଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସିଆରସିସି ପ୍ରଭାତ ରଞ୍ଜନ ସାହୁଙ୍କ ସଂଯୋଜନାରେ ଟିଗଣ୍ଡପାଲି କ୍ଲଷ୍ଟରର ଧୂମାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, ସିଆରସିସି ଦୁର୍ଵାଦଳ ବଡଗୋଛିଆଙ୍କ ସଂଯୋଜନାରେ ଵଡଵାଉଁଶେନ କ୍ଲଷ୍ଟରର ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟରେ,ସିଆରସିସି ସୀତାରାମ ଦୀପଙ୍କ ସଂଯୋଜନାରେ ଵାନ୍ଦୁପାଲି କ୍ଲଷ୍ଟରର ଵାନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ ନଵମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

Leave A Reply

Your email address will not be published.