ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଏକ ବର୍ଣ୍ଣାଢ୍ୟ ଏବଂ ସାଂସ୍କୃତିକ ପରିବେଶ ମଧ୍ୟରେ ସ୍ମାର୍ଟ ସ୍କୁଲ ର ସପ୍ତମ ବାର୍ଷିକ ଉତ୍ସବ ” ଦର୍ପନ-୨୪” ଆଜି (ଶନିବାର) ସନ୍ଧ୍ୟାରେ ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିର ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।
ଉତ୍ସବର ଅତିଥି ବୃନ୍ଦ ଯଥା ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠି , ଓଡିଶା ସଂଗୀତ ନାଟକ ଏକାଡେମି ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ରଘୁନାଥ ପାତ୍ର ଏବଂ ପ୍ରିନ୍ସ ଡାନ୍ସ ଗ୍ରୁପ ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଟି.କ୍ରିଷ୍ଣା ମୋହନ ରେଡି ପ୍ରମୁଖ ଉପସ୍ଥିତ ରହି ଉତ୍ସବ ର ଶୋଭା କୁ ଗୌରବାନ୍ୱିତ କରିଥିଲେ।
ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବାର୍ଷିକ ଉତ୍ସବ ର ଉଦ୍ଘାଟନ କରିଥିଲେ। ନିଜର ସ୍ୱାଗତ ଅଭିଭାଷଣ ମାଧ୍ୟମରେ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟା ରାଣୀ ପାତ୍ର , ବିଦ୍ୟାଳୟର ପାଠ ପଢ଼ିବା ମାଧ୍ୟମ ଏବଂ ପାଠ ପଢା ସହିତ ଛାତ୍ର / ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଦକ୍ଷତା ର ବିକାଶ ପାଇଁ ବିଦ୍ୟାଳୟ ର ବିଭିନ୍ନ ପ୍ରୟାସ ଉପରେ ଆଲୋକପାତ କରିଥିଲେ ଏବଂ ବାର୍ଷିକ ବିବରଣୀ କୁ ଏକ ସୁନ୍ଦର ଡିଜିଟାଲ ମିଡ଼ିଆ ମାଧ୍ୟମ ରେ ଉପସ୍ଥାପିତ କରିଥିଲେ।
ବିଦ୍ୟାଳୟ ର ପରିଚାଳନା ସଦସ୍ୟା ସ୍ଵାଗତିକା ମିଶ୍ର ନିଜର ଅଭିଭାଷଣ ରେ ସ୍ମାର୍ଟ ସ୍କୁଲ , ଛାତ୍ର ଛାତ୍ରୀ ମାନଙ୍କର ଆତ୍ମ ବିଶ୍ୱାସ ଦୃଢ କରିବା ନିମିତ୍ତ ସର୍ବଦା ଉଦ୍ୟତ ବୋଲି ଅଭିହିତ କରିଥିଲେ। ଶ୍ରୀମତୀ ମିଶ୍ର ବିଦ୍ୟାଳୟ ର ଆଜି ର ଉପସ୍ଥିତି ଏହାର ସମସ୍ତ କର୍ମଚାରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ର ଫଳ ବୋଲି ଦର୍ଶାଇଥିଲେ।
ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠି , ବିଦ୍ୟାଳୟ ର ଶିକ୍ଷାଦାନ ପ୍ରଣାଳୀ ରେ ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ। ଗୁରୁ ରଘୁନାଥ ପାତ୍ର ବିଦ୍ୟାଳୟ ର ଆରମ୍ଭ ରୁ ଏହା ସହିତ ଜଡିତ ଥିବା ଦର୍ଶାଇଥିଲେ ଏବଂ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କାମନା କରିଥିଲେ। କୁନି କୁନି ପିଲା ମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ତାଙ୍କୁ ବିମୋହିତ କରିଦେଇଛି ବୋଲି ପ୍ରିନ୍ସ ଡେନ୍ସ ଡାଇରେକ୍ଟର କ୍ରିଷ୍ଣା ରେଡ୍ଡି ଅଭିହିତ କରିଥିଲେ।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ମଞ୍ଚ , ଆଲୋକ ଏବଂ ଶବ୍ଦ ସଂଯୋଜନା କୁ ରମାକାନ୍ତ ବରାଳ ଏବଂ ଜଗନ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସମସ୍ତ ସ୍ମରଣୀୟ ମୁହୂର୍ତ କୁ ନିଜ କ୍ୟାମେରା ରେ ବାନ୍ଧି ରଖିବା ଦାଇତ୍ୱ ଶ୍ରୀକାନ୍ତ ବରାଡ଼ ବହୁତ ସୁନ୍ଦର ଭାବରେ ନିଭାଇଥିଲେ।
ଉପସ୍ଥିତ ସମସ୍ତ ଅଭିଭାବକ ମାନେ ବିଦ୍ୟାଳୟ ର ଉନ୍ନତି କାମନା କରିଥିଲେ। କୁନି କୁନି ପିଲା ମାନଙ୍କର ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମସ୍ତେ ଭାବ ବିହ୍ଵଳ ହୋଇଯାଇଥିଲେ। ବିଭିନ୍ନ ପ୍ରତିଯୋଗିତା ରେ ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ କୃତି ଛାତ୍ର/ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ଲୀନା କର , ହରି ସାହୁକାର , ପବନ ସାହୁକାର , ମନୋଜ କର ଓ ରଞ୍ଜିତା ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ରେ ଗଜପତି ସୁରକ୍ଷା କର୍ମୀ ମାନଙ୍କର କର୍ତ୍ତବ୍ୟ ନିଷ୍ଠା ଉଚ୍ଚକୋଟୀର ଥିଲା। କାର୍ଯ୍ୟକ୍ରମ ର ଉପସ୍ଥାପିକା ସୁଶ୍ରୀ ଋତୁପର୍ଣ୍ଣା ପଟ୍ଟନାୟକ ବହୁତ ସୁନ୍ଦର ଭାବରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଉପସ୍ଥାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ପିଜି ଛାତ୍ରଛାତ୍ରୀମାନଙ୍କ ପାଇଁ ବେସିକ୍ ଲାଇଫ୍ ସପୋର୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
Next Post