ବାଲୁଗାଁ:(ସେକ କୌସର):-ଶୁକ୍ରବାର ପୂର୍ବାହ୍ନରେ ଭାରତୀୟ ନୌସେନା ପକ୍ଷରୁ ଆଇଏନଏସ ଚିଲିକା ଠାରେ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି।ନାଭାଲ ଇନଚାର୍ଜ(ଓଡ଼ିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମଡ଼ର ବି ଦୀପକ ଅନୀଲଙ୍କ ପୌରହିତ୍ୟରେ ଖୋର୍ଦ୍ଧା,ବାଲୁଗାଁ, ବାଣପୁର,ଟାଙ୍ଗୀ,ଚିଲିକା ଓ ଗଞ୍ଜାମ ଆଦି ଅଞ୍ଚଳରୁ ୩୭ ଜଣ ସାମ୍ବାଦିକ ଏହି ବନ୍ଧୁମିଳନରେ ଯୋଗ ଦେଇଥିଲେ।ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ କର୍ମଜୀବୀ ସାମ୍ବାଦିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ଭାରତୀୟ ନୌସେନା ସମ୍ବନ୍ଧରେ ସମ୍ୟକ ବିବରଣୀ ଉପସ୍ଥାପନ କରାଯାଇଥିଲା।ଏଥିସହିତ ଏକ ବର୍ଷ ମଧ୍ୟରେ ଆଇଏନଏସ ଚିଲିକା ପକ୍ଷରୁ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଭିଡିଓ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା।ପ୍ରଚାର ଓ ପ୍ରସାରର ମୁଖ୍ୟ ସ୍ରୋତ ସାଜିଥିବା ଗଣମାଧ୍ୟମ ପ୍ରତିନିଧିମାନେ ଆଇଏନଏସ ଚିଲିକାର ପ୍ରତିଟି ଖବର ରାଜ୍ୟ ତଥା ଦେଶର ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଥିବାରୁ ସମସ୍ତ ଛାପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନାଭାଲ ଇନଚାର୍ଜ(ଓଡ଼ିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମଡ଼ର ବି ଦୀପକ ଅନୀଲ ଭୂୟାଁସି ପ୍ରଶଂସା କରିଥିଲେ।ଏଥିସହିତ ଗଣମାଧ୍ୟମ ଓ ଆଇଏନଏସ ଚିଲିକା ମଧ୍ୟରେ ସଦାସର୍ବଦା ସୁସମ୍ପର୍କ ବଜାୟ ରହିବ ବୋଲି ସର୍ବଜନ ମତପ୍ରକାଶ ପାଇଛି।ପରିଶେଷରେ ସମସ୍ତ ସାମ୍ବାଦିକ ମାନଙ୍କ ସହ କୋମଡ଼ର ବି ଦୀପକ ଅନୀଲଙ୍କ ସମେତ କମାଣ୍ଡିଂ ଅଫିସର ଓ ଲେଫ୍ଟନାଣ୍ଟ ଅଫିସର ମାନେ ମଧ୍ୟାହ୍ନ ଭୋଜନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଲେଫ୍ଟନାଣ୍ଟ ନର୍ମଦା ପରିଚାଳନା କରିଥିବାବେଳେ କମାଣ୍ଡର ସତ୍ୟେନ୍ଦ୍ର ଧଲ,କମାଣ୍ଡର ରୋମେସ୍କ ଦାସ,ଲେଫ୍ଟନାଣ୍ଟ କମାଣ୍ଡର ଭାଗ୍ୟଶ୍ରୀ ପାଣ୍ଡେ,ଲେଫ୍ଟନାଣ୍ଟ ନିବିତା,ଲେଫ୍ଟନାଣ୍ଟ ଜୁହି,ଲେଫ୍ଟନାଣ୍ଟ ତୃପ୍ତି,ଲେଫ୍ଟନାଣ୍ଟ ମନୀଷ ମିଶ୍ର,ଚିଲିକା ଲୋକସମ୍ପର୍କ ପରାମର୍ଶଦାତା ବିନୋଦ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.