ଖପ୍ରାଖୋଲ ରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

0 1

ଖପ୍ରାଖୋଲ ୧୪/୨(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଆଞ୍ଚଳିକ କେନ୍ଦ୍ର ସଂଯୋଜକ ଶ୍ରୀପତି କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳା ରେ ମୁଖ୍ୟ ଅତିଥି ରୁପେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ରୁଦ୍ରଦେବ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କ୍ଷୀରୋଦିନୀ ଭୋଇ , ନୂତନ ପେନସନ ଭୋଗୀ ଶିକ୍ଷକ ସଂଘର ସଭାପତି ସୁଶୀଲ କୁମାର ପୋଢ଼ ପ୍ରମୁଖ ଯୋଗଦେଇଥିଲେ। ଏହି ଶିକ୍ଷଣ କାର୍ଯ୍ୟକ୍ରମ ରେ ବିଜୁ ସୁନା,ଧରମ ସିଂ ଧରୁଆ, ଘନଶ୍ୟାମ ପଶାୟତ, ଜଗନ୍ନାଥ ପାଣ୍ଡେ,ମନୋରମା ନାୟକ,ସୁଷମା ମଞ୍ଜରୀ ପାତ୍ର, ଗୀତାଞ୍ଜଳି ସାହୁ,ବିଜୟ କୁମାର ପଟେଲ,ଲିଜା ଭୋଇ ,ଚନ୍ଦ୍ରକାନ୍ତି ଧରୁଆ ପ୍ରମୁଖ ଶିକ୍ଷୟତ୍ରୀ ଶିକ୍ଷକ ସାମିଲ ହୋଇ ଛାତ୍ରୀ ଛାତ୍ର ଙ୍କ ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ।

Leave A Reply

Your email address will not be published.