ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ତା ୧୩.୦୨.୨୦୨୫ ରିଖ ସନ୍ଧ୍ୟା ପ୍ରାୟ ୭ ଘଣ୍ଟିକା ସମୟରେ କେ. ସିରିଶା ନାମ୍ନୀ ଜଣେ ମହିଳା ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟରୁ ଏକ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। ଉକ୍ତ ସହୃଦୟା ମହିଳା ଜଣକ ଆଜି ସକାଳେ ସେହି ଶିଶୁଟିକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିବା ସହିତ ଶିଶୁଟିର ପରବର୍ତ୍ତୀ ଯତ୍ନ ସୁରକ୍ଷା ନିମନ୍ତେ ଅନୁରୋଧ କରି ସରକାରଙ୍କୁ ଶିଶୁଟିକୁ ହସ୍ତାନ୍ତର କରିଛନ୍ତି।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଚାଇଲ୍ଡ ହେଲ୍ପଲାଇନ ଓ ନିଶାନ ଶାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଡାକ୍ତରଙ୍କ ପରାମର୍ଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁଟିକୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ ଜାରି ରଖିଛନ୍ତି। ଶିଶୁଟି ବର୍ତ୍ତମାନ ସୁସ୍ଥ ରହିଥିବା ବେଳେ , ନିଶାନ ଶାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଜଣେ ଆୟା ଶିଶୁର ଯତ୍ନ ନେଉଛନ୍ତି।
ସୂଚାନ ଥାଉ କି, ଶିଶୁଟି ଚିକିତ୍ସାଳୟରୁ ଡିସ୍ଚାର୍ଜ ହେବା ପରେ , ଶିଶୁ ମଙ୍ଗଳ ସମିତି , ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ନିଶାନ ଶାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର , ରାଣୀପେଣ୍ଠ ଠାରେ ରଖାଯାଇ ସମସ୍ତ ଯତ୍ନ ସୁରକ୍ଷା ପ୍ରଦାନ କରିବା ସହିତ ସରକାରଙ୍କ ନିୟମ ଅନୁଯାୟୀ ଥାଇଥାନର ବ୍ୟବସ୍ଥା କରାଯିବ।
Sign in
Sign in
Recover your password.
A password will be e-mailed to you.