ପଦ୍ମପୁର: ବରଗଡ ଜିଲ୍ଲାଶିକ୍ଷା କାର୍ଯ୍ୟାଳୟ ତଥା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ରାଜବୋଡ଼ାସମ୍ବର ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ପ୍ରାଥମିକ ଶିକ୍ଷା ପରିଷଦ ର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଞ୍ଚଦିବସୀୟ ପ୍ରଶିକ୍ଷଣ ଶିବିର ପ୍ରେରଣା ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜନକଲାଲ୍ ମେହେର୍ ,ସମ୍ମାନୀତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶିବ ପ୍ରସାଦ ଯୋଶୀ, ଶ୍ରୀଯୁକ୍ତ ବିଶିକେଶନ ଶତପଥୀ ଏବଂ ସାଧନକର୍ମୀ ଭାବେ ଶ୍ରୀଯୁକ୍ତ ଶେଷଦେବ ସାହୁ,ଶ୍ରୀଯୁକ୍ତ ଦଶରଥ କଲେତ, ଶ୍ରୀଯୁକ୍ତ ନରେନ୍ଦ୍ର ଜାଲ ଓ ଶ୍ରୀଯୁକ୍ତ ଗୋବର୍ଦ୍ଧନ ବରିହା ମଞ୍ଚାସୀନ ଥିଲେ। ପଞ୍ଚଦିବସୀୟ ଏହି ତାଲିମ ଶିବିର ରେ ପ୍ରଶିକ୍ଷାର୍ଥୀ ମାନଙ୍କର ଶିକ୍ଷଣ କୌଶଳ ,ବ୍ୟାବହାରିକ କୌଶଳ ତଥା ଶିକ୍ଷାନୁଷ୍ଠାନ ର ନୀତିନିୟମ ସମ୍ବନ୍ଧୀୟ ଜ୍ଞାନ ର ଅଭିବୃଦ୍ଧି ସମେତ ଦକ୍ଷତା ବିକାଶ ନିମନ୍ତେ ତାଲିମ ଦିଆଯାଇଥିଲା।ପ୍ରଶିକ୍ଷଣ ର ସଠିକ୍ ପରିଚାଳନା ରେ ସମସ୍ତେ ଖୁସିବ୍ୟକ୍ତ କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ସଭା କୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ସହଯୋଗ କରିଥିଲେ । ପରିଶେଷ ରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରଭାସିନି ସା ଧନ୍ୟବାଦ୍ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.