ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ : ପଞ୍ଜିକରଣ ପତ୍ର ଓ ସହାୟତା ରାଶି ପ୍ରଦାନ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଓଡ଼ଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ସୁମିତ୍ରା ମାଝୀ , ଯୁଗ୍ମ ଶ୍ରମ ଆୟୁକ୍ତ ବ୍ରହ୍ମପୁର ରେଞ୍ଜ , ଶ୍ରୀ ବାବୁ ଚରଣ ପାତ୍ର , ଶ୍ରମ ଆୟୁକ୍ତ ଗଜପତି , ଶ୍ରୀ ଭେଙ୍କଟ ରାଓ ଅଚାରୀ , ସହକାରୀ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ , ଶ୍ରୀମତୀ ଭାରତୀ ବେହେରା , ଜିଲ୍ଲା ଶ୍ରମ ଅଧିକାରୀ ଗଜପତି ଅତିଥି ଭାବରେ ଯୋଗଦେଇଥିଲ।
ଜିଲ୍ଲାପାଳ ଶ୍ରମିକ ମାନଙ୍କୁ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ତରଫରୁ ଅଣ ସଙ୍ଗଠିତ ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଉଛି। ଶ୍ରମିକ ମାନେ ପଞ୍ଜିକରଣ ନିମନ୍ତେ ଆବଶ୍ୟକୀୟ ଯୋଗ୍ୟତା ରହିଅଛି , ଏଣୁ ଅଣ ସଙ୍ଗଠିତ ଶ୍ରମିକ ମାନେ ବିନା ମୂଲ୍ୟରେ ପଞ୍ଜିକରଣ କରିପାରିବେ , କିମ୍ବା ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ସଂପୂର୍ଣ୍ଣ ସହାୟତା ପାଇପାରିବେ। ସେହିପରି ଅଣ ସଙ୍ଗଠିତ ଶ୍ରମିକ ମାନଙ୍କ ବୟସ ୧୮ ବର୍ଷ ରୁ ଉର୍ଦ୍ଧ୍ବ ଏବଂ ୬୦ ବର୍ଷ ରୁ କମ୍ ହୋଇଥିବା ଆବଶ୍ୟକ। ଶ୍ରମିକ ମାନେ ପଞ୍ଜିକରଣ କରିବା ପାଇଁ ନିଜ ଆଧାର କାର୍ଡ , ଭୋଟର କାର୍ଡ , ବ୍ୟାଙ୍କ ପାସ ବୁକ୍ ଓ ନିଜ ପାସ ଫୋଟ ସହିତ ହିତାଧୀକାରୀ ମାନେ ଅନଲାଇନ୍ ମାଧ୍ଯମରେ କିମ୍ୱା ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରେ ଆବେଦନ କରିପାରିବେ ଏବଂ ନିଜେ ଏହି ବିଷୟରେ ଜାଣି ଅନ୍ୟମାନଙ୍କୁ ମଧ୍ଯ ସଚେତନତା କରିବା ପାଇଁ ଅନୁରୋଧ କରିଥିଲେ। ଏହାସହ ଶ୍ରମିକ ମାନଙ୍କୁ ପଞ୍ଜିକରଣ ପତ୍ର ଓ ସହାୟତା ରାଶି ପ୍ରଦାନ କରିଥିଲେ।
ଜିଲ୍ଲାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନରେ ମୋଟ ୪୪୫ ଜଣଙ୍କୁ ବିବାହ , ପ୍ରସୂତି, ମୃତ୍ୟୁ ଓ ଅନ୍ତିମ ସଂସ୍କାର ଭଳି ବିଭିନ୍ନ ସୁବିଧା ପ୍ରଦାନ କରାଯାଇଛି। ସେଥି ମଧ୍ୟରେ DBT ମୋଡ ମାଧ୍ୟମରେ ହିତାଧୀକାରୀ ମାନଙ୍କ ଆକାଉଣ୍ଟ କୁ ୩ କୋଟି ୩୫ ଲକ୍ଷ ୫୮ ହଜାର ୨୦୦ ଶହ ଟଙ୍କା ସିଧାସଳଖ ପଠାଯାଇଛି। ଯାହା ମୃତ୍ୟୁ କାଳୀନ ସହାୟତା ବାବଦକୁ ୧୪୭ ଜଣଙ୍କୁ ୩ କୋଟି ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି , ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ୧୪୨ ଜଣଙ୍କୁ ୭ ଲକ୍ଷ ୧୦ ହଜାର ଟଙ୍କା , ବିବାହ କାଳୀନ ସହାୟତା ରାଶି ବାବଦକୁ ୪୧ ଜଣଙ୍କୁ ୨୦ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।
ସେହିପରି ପ୍ରସୂତି କାଳୀନ ସହାୟତା ବାବଦକୁ ୪ ଜଣଙ୍କୁ ୪୦ ହଜାର ଟଙ୍କା ଓ ଶିକ୍ଷା ସହାୟତା ରାଶି ବାବଦରେ ୫୭ ଜଣଙ୍କୁ ୪ ଲକ୍ଷ ୫୮ ହଜାର ୨୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ମଦନ ମୋହନ ଟୁଡୁ , ଶ୍ରୀ ସୁକାନ୍ତ କୁମାର ପଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସମେତ ଅନ୍ୟ ଶ୍ରମ ବିଭାଗୀୟ କର୍ମଚାରୀ , ଗଣମାଧ୍ୟମ ପ୍ରତିନିଧି ଗଣ ଓ ନିର୍ମାଣ ଶ୍ରମିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଅମିତ କୁମାର ନାୟକ ସହକାରୀ ଶ୍ରମ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.