ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୮.୨.୨୦୨୫: ଗତକାଲି ତା ୭.୨.୨୦୨୫ ରିଖ ନବରଙ୍ଗପୁର ଜିଲ୍ଲାକୁ ବିଧାନସଭା ଷ୍ଟାନଡିଂ କମିଟି ର ୬ ଜଣିଆ ସଦସ୍ୟ ଗସ୍ତ କରି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମିକ୍ଷା ବୈଠକ ରେ ଯୋଗ ଦେଇଛନ୍ତି। ଡ଼ାବୁ ଗାଁ ବିଧାୟକ ମନୋହର ରାନ୍ଧାରୀ ଙ୍କ ଅଧ୍ୟକ୍ଷତାରେ ଏହି ଷ୍ଟାନଡିଂ କମିଟି ରେ କୋରାପୁଟ ବିଧାୟକ ରଘୁରାମ ମାଛ,କୋଟପାଡ଼ ବିଧାୟକ ରୂପୁ ଭତ୍ରା,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ମାଲକାନଗିରି ବିଧାୟକ ନରସିଂହ ମାଡକାମି, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଜିଲ୍ଲାକୁ ଗସ୍ତ କରିଛନ୍ତି।ପ୍ରଥମେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ବୈଠକ ରେ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଷ୍ଟାନଡିଂ କମିଟି ରେ ଆସିଥିବା ଅତିଥି ବିଧାୟକ ଗଣ ପ୍ରଦୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଚନା କରିଥିଲେ। ଜିଲ୍ଲାପାଳ କମିଟି ଗସ୍ତରେ ଆସିଥିବା ବିଧାୟକ ମାନଙ୍କୁ ଉପଢୌକନ ଏବଂ କାଷ୍ଠ ନିର୍ମିତ ଉପହାର ଦେଇ ସମ୍ବର୍ଦ୍ଧନା କରିଥିଲେ। କମିଟି ଅଧ୍ୟକ୍ଷ ଡ଼ା ଗାଁ ବିଧାୟକ ମନୋହର ରାନ୍ଧାରୀ ଷ୍ଟାନଡିଂ କମିଟିର ଗସ୍ତ ଓ ସମୀକ୍ଷା ବୈଠକର ଉଦ୍ଦେଶ୍ୟ ଉପରେ ବିଶେଷ କହିଥିଲେ। ବୈଠକ ପୂର୍ବରୁ ଷ୍ଟାନଡିଂ କମିଟି କୋଷଗୁମୁଡ଼ା ବ୍ଲକ ର ବଡ ଆମ୍ବଡା ଓ କେରାଣ୍ଡିମାଲ ସ୍ଥିତ ସ୍କୁଲ୍ ଗସ୍ତ କରି ଶିକ୍ଷାଦାନ ଉପରେ ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା, ବିଦ୍ୟାଳୟ ର ପାରିପାର୍ଶିକ ସ୍ଥିତି,ପରିମଳ ଭିତିଭୂମି କୁ ଦେଖିବା ସହ ପାଠପଢ଼ା ଉପରେ ଗୁରୁତ୍ବ ଦେବା ଓ ଶିକ୍ଷକଙ୍କ ଦ୍ଵାରା କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ।ବୈଠକ ରେ ଆଇ ଟି ଡି ଏ ର ବିଭିନ୍ନ ଯୋଜନା ଉପରେ ଆଲୋଚନା ହେବା ସହ , ପି ଏଲ ସି ବୈଠକ ଅନୁମୋଦନ ,କେନ୍ଦ୍ର ଓ ରାଜ୍ୟସରକାରଙ୍କ ପ୍ରେରିତ ଅର୍ଥ ଶୀଘ୍ର ଖର୍ଚ୍ଚ କରିବା ଉପରେ କମିଟି ଗୁରୁତ୍ବ ଦେଇଥିଲେ।କମିଟି ଜିଲ୍ଲା ସ୍ୱମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା,ଜିଲ୍ଲା ମଙ୍ଗଳ ବିଭାଗ,ଜିଲ୍ଲା ଶିଳ୍ପ,ଜିଲ୍ଲା ଯୋଗାଣ ବିଭାଗ,ହସ୍ତ ଶିଳ୍ପ, ପୋଲିସ ହାଉସିଂବୋର୍ଡ଼, ଉଠା ଜଳସେଚନ, ଗଭୀର ନଳକୂପ,ପର୍ଯ୍ୟଟନ, ଟି ପି ଏସ ଓ ଡି ଏଲ ଦ୍ଵାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ଉପରେ ବିଶଦ ଆଲୋଚନା ହୋଇଥିଲା।ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ହିତାଧିକାରୀଙ୍କୁ ଦଲାଲ୍ କବଳରୁ ମୁକ୍ତ କରିବା ସହ ପଞ୍ଜୀକରଣ ସାର୍ଟିଫିକେଟ ପ୍ରଦାନ ଓ ଅର୍ଥ ରାଶି ପ୍ରଦାନ ବେଳେ ସଠିକ ଯାଞ୍ଚ କରିବାକୁ କହିଥିଲେ। ଓ ଏସ ଆର୍ ଟି ସି ଅଧିନର ବିଭିନ୍ନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଏବଂ ପୋଲିସ ହାଉସିଂ ବୋର୍ଡ଼ ର ନିର୍ମାଣ କାର୍ଯ୍ୟର ସଠିକ ତଦାରଖ ଏବଂ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଂକୁ ତାଗିଦ୍ କରିଥିଲେ। ଡି ଡବ୍ଲ୍ୟୁ ଓ ଙ୍କୁ ମଙ୍ଗଳ ବିଭାଗ ଅଧୀନରେ ଥିବା ସମସ୍ତ୍ ବିଦ୍ୟାଳୟ ରେ ସିସି ଟିଭି ବ୍ୟବସ୍ଥା, ଉନ୍ନତ ଖାଦ୍ୟ, ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା,ଭଲ ପାଠ ପଢା ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଗିଦ କରିବା ପାଇଁ କହିଥିଲେ।ସେଭଳି ଜିଲ୍ଲା ର ନେଟ ସେବା ଅପହଞ୍ଚ ଅଞ୍ଚଳରେ ବି ଏସ୍ ଏନ୍ ଏଲ ଟାୱାର ସ୍ଥାପନ ପାଇଁ ବିଭାଗୀୟ କତୃପକ୍ଷଙ୍କୁ ତାଗିଦ କରିଥିଲେ।ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ଵଜିତ ବର୍ମନ୍, ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.