ସୁନ୍ଦରଗଡ଼ ବସଷ୍ଟାଣ୍ଡ ଅପରାଧୀଙ୍କ ପେଣ୍ଠସ୍ଥଳୀ, ବସ ଓ ପୋଲିସ ଉପରେ ଆକ୍ରମଣ

0

ସୁନ୍ଦରଗଡ଼:-ଲୁହୁରାଢିପା ସ୍ଥିତ ବେସରକାରୀ ବସଷ୍ଟାଣ୍ଡ ବର୍ତ୍ତମାନ ଅପରାଧୀଙ୍କ ଭୂସ୍ବର୍ଗ ପାଲଟିଛି, ଖାସକରି ବସଷ୍ଟାଣ୍ଡ ଭିତରେ ରହିଥିବା ଝୁପୁଡି ହୋଟେଲ ଭିତରେ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ମିଳୁଥିବା ନେଇ ଅଭିଯୋଗ ହୋଇଆସୁଛି, ଏହି ହୋଟେଲ ମାନଙ୍କରେ ସ୍ଥାନୀୟ ଅଞ୍ଚଳର ଅପରାଧୀ ମାନେ ଆଡ୍ଡା କରିବା ସହ ବିଭିନ୍ନ ଅପରାଧ ନେଇ ନୀଳ ନକ୍ସା ତିଆରି କରୁଛନ୍ତି, ପୂର୍ବରୁ ବସଷ୍ଟାଣ୍ଡ ଭିତରେ ମାରପିଟ, ଦାଦାଗିରି, ବଟିଆଦାୟ ସହ ଲୁଟ ଭଳି ମାମଲା ଦେଖିବାକୁ ମିଳିଛି, ଏହି ଅପରାଧୀ ଙ୍କ ଯୋଗୁଁ ଏଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଯାତ୍ରୀ ଅସୁରକ୍ଷିତ ମନେ କରୁଛନ୍ତି,ଗତ ପାଞ୍ଚ ତାରିଖ ଦିନ ରାତି ଏଗାର ଟା ସମୟରେ ଏହି ଅପରାଧୀଙ୍କ ଦ୍ୱାରା ବସଷ୍ଟାଣ୍ଡ ଭିତରେ ଛିଡା ହୋଇଥିବା ଷଡ଼ଙ୍ଗୀ ବସ କର୍ମଚାରୀ ପ୍ରତାପ ସିଂ ଓ କର୍ତ୍ତବ୍ୟରେ ଥିବା ଜଣେ ପୋଲିସ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଏହାର ନିଚ୍ଛକ ଉଦାହରଣ,ପ୍ରତାପଙ୍କ ସହ ଦୁଇ କର୍ମଚାରୀ ହୋଟେଲ କୁ ଖାଇବାକୁ ବସିଥିବା ବେଳେ ଶିବ ଓରଫ ଶିବାନନ୍ଦ ପ୍ରଧାନ, ପ୍ରତାପ ଓ ଅନ୍ୟ ଦୁଇ କର୍ମଚାରୀଙ୍କୁ ଆଶ୍ରବ୍ୟ ଭାଷାରେ ଗାଳି ଦେବା ସହ ମାରପିଟ କରିଥିଲେ ଏହି ସମୟରେ ବସଷ୍ଟାଣ୍ଡ ଫାଣ୍ଡି କର୍ମଚାରୀ ଉଦ୍ଧାର କରିବାକୁ ଯିବା ସମୟରେ ସେ ମଧ୍ୟ ଅପରାଧୀଙ୍କ ଶିକାର ହୋଇଥିଲେ ତାଙ୍କୁ ମଧ୍ୟ କାଠଫାଳିଆ ରେ ଆକ୍ରମଣ ହୋଇଛି, ଏ ନେଇ ଟାଉନ ଥାନାରେ ଏକ ମାମଲା ୠଜ୍ଜୁ ହୋଇଛି,ଏହାକୁ ନେଇ ବସ କର୍ମଚାରୀ ସଙ୍ଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ଏହି ଅପରାଧକୁ ଦମନ କରିବାକୁ ହେଲେ ବସଷ୍ଟାଣ୍ଡ ଭିତରେ ଗଢି ଉଠିଥିବା ଝୁପୁଡି ଦୋକାନ ଉଛେଦ କରିବାକୁ ଦାବୀ କରିଛନ୍ତି

Leave A Reply

Your email address will not be published.