ଗାଇସିଲେଟ :-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଜଗଳ ପାଟ ପଞ୍ଚାୟତ ଅନ୍ତର୍ଗତ ଭାଙ୍ଗ ମୁଣ୍ଡା ଗ୍ରାମର ଅସହାୟ ସାବିତ୍ରୀ ପଧାନ ଙ୍କ ଝିଅ ମାଧବୀ ପଧାନ ଗତ ଜାନୁୟାରୀ ୨୮ -୨୦୨୫ଦିନ ଅତି ଗୁରୁତର ହେବାରୁ ଭୀମ ଭୋଇ ସରକାରୀ ହସ୍ପିଟାଲ ବଲାଙ୍ଗୀର କୁ ନେଇଥିଲେ ।ରକ୍ତ ଜନିତ ଅଭାବରୁ ମାଧବୀ ଅତି ଗୁରୁତର ଥିବାରୁ ତାଙ୍କ ମାଁ ଧାର କରଜ କରି ହସ୍ପିଟାଲ କୁ ପହଞ୍ଚାଇଥିଲେ ସତ ହେଲେ ମାଗଣା ରେ ଚିକିତ୍ସା ହେଇଥିଲେ ବି ତାଙ୍କ ପାଖରେ ଟଙ୍କାଟିଏ ନ ଥିଲା I ସାବିତ୍ରୀ ପଧାନ ଙ୍କ ଘରେ ରୋଜଗାରିଆ ବ୍ୟକ୍ତି କେହି ନଥିବାରୁ ଅନେକ ସମସ୍ୟା ଦେଇ ଗତି କରୁଥିବା ଘଟଣା ସରପଞ୍ଚ ଙ୍କୁ ଜଣେଇବାରୁ ଗତ ୩ ତାରିଖ ଦିନ ସରପଞ୍ଚ ରାଧାକାନ୍ତ ବୁଡ଼େକ ହସ୍ପିଟାଲ ଆସି ମାଧବୀ ର ସ୍ଥିତି ଦେଖି କିଛି ଆର୍ଥିକ ସହଯୋଗ କରିଥିଲେ l ପୁଣି ୬.୦୨.୨୦୨୫ଦିନ ସନ୍ଧ୍ୟା ୭ ଘଟିକା ସମୟରେ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାଇସିଲେଟ ଙ୍କ ନିର୍ଦେଶ କ୍ରମେ ଜଗଳ ପାଟ ଗ୍ରାମ ପଞ୍ଚାୟତ ର ସରପଞ୍ଚ ରାଧାକାନ୍ତ ବୁଡ଼େକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶଶିକାନ୍ତ ବେହେରା ଭୀମ ଭୋଇ ହସ୍ପିଟାଲ ବଲାଙ୍ଗୀର କୁ ପହଂଚି ମାଧବୀ ପଧାନ ଙ୍କ ମାଁ ସାବିତ୍ରୀ ପଧାନ ଙ୍କୁ କୋଡିଏ ହଜାର ଟଙ୍କା ସହାୟତା କରିଥିଲେ l ରୋଗୀ ଙ୍କ ମାଁ ବିଡ଼ିଓ, ସରପଞ୍ଚ, ପି ଇ ଓ ଙ୍କୁ ଧନ୍ୟବାଦ ଦେଇଛନ୍ତି l ଅତି ଗରିବ ଅସହାୟ ପରିବାର ଙ୍କୁ ସାହାର୍ଯ୍ୟ କରିଥିବାରୁ ଅଞ୍ଚଳ ବାସି ବେଶ ପ୍ରଶଂସା କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post
Next Post