କୃମି ନାଶକ ଔଷଧ ଉପରେ ତାଲିମ ଶିବିର ଅନୁଷ୍ଠିତ

0

 ବିଜେପୁର /ସୁଶାନ୍ତ ସାହୁ : ଚଳିତ ବର୍ଷ ଫେବୃଆରୀ ପ୍ରଥମ ପର୍ଯ୍ୟାୟରେ ଏକ କୋଟି ୪୬ ଲକ୍ଷ ୫୦ ହଜାର ପିଲାଙ୍କୁ ଏବଂ ୧୭ ଲକ୍ଷ ୭୦ ହଜାର ମହିଳାଙ୍କୁ କୃମି ନାଶକ ଔଷଧ ସେବନ ପାଇଁ ଦିଆଯିବାର କାର୍ଯ୍ୟକ୍ରମ ଥିବା ବେଳେ, ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ସ୍ଥିତ ସଭାଗୃହ ଠାରେ ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସାଧିକାରୀ ଡ଼ା.ସୁଶାନ୍ତ ମେହେରଙ୍କ ଅଧ୍ୟକ୍ଷତାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ସମୁଦାୟ ୧୯୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ପ୍ରାପ୍ତ କରିଥିଲେ।ବ୍ଲକ ସ୍ତରର ବିଭିନ୍ନ ସ୍କୁଲର ଶିକ୍ଷକ ଏହି ଶିବିରରେ ଭାଗନେଇ ଥିଲେ। ଓଡ଼ିଶା ରାଜ୍ୟକୁ କୃମି ମୁକ୍ତ କରିବା ଲକ୍ଷ୍ୟରେ ୟୁନିସେଫ ସହଯୋଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରିବା ସାଙ୍ଗକୁ ଏକା ସାଥିରେ ରାଜ୍ୟର ୨୪ ଟି ଜିଲ୍ଲା ଯଥା ବରଗଡ଼, ଝାରସୁଗୁଡ଼ା,ବୈାଦ୍ଧ,ଦେବଗଡ଼, ଅନୁଗୁଳ, ବାଲେଶ୍ବର, ଭଦ୍ରକ, ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା ପ୍ରମୁଖ ଜିଲ୍ଲାରେ ଏହି କୃମି ନାଶକ ଔଷଧ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଡା.ମେହେର ସୂଚନା ପ୍ରଦାନ କରିଥିଲେ। ଏହି କୃମି ନାଶକ କାର୍ଯ୍ୟକ୍ରମ ଆସନ୍ତା ତା ୧୦.୦୨.୨୦୨୫ରିଖ ସୋମବାର ଦିନ ଅନୁଷ୍ଠିତ ହେବ। ଯେଉଁମାନେ କୃମି ନାଶକ ଔଷଧରୁ ବଞ୍ଚିତ ହୋଇ ରହିଯାଇଥିବେ ସେମାନେ ତା ୧୭.୦୨.୨୦୨୫ ରିଖ ସୋମବାର ଦିନ ଔଷଧ ପାଇପାରିବେ।ଏହି ଶିବିର ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିଲା। ପ୍ରଥମ ଅଧିବେଶନରେ ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସାଧିକାରୀ ଡ଼ା.ସୁଶାନ୍ତ ମେହେର, ଗୋଷ୍ଠୀ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀ,ବିପିଏମ ବିଜୟ କୁମାର ସରାଫ,ଏବିଇଓ ପୂର୍ଣ୍ଣ ଚନ୍ଦ୍ର ପଧାନ, ସୁଶାନ୍ତ ପାଣ୍ଡେ,ସିଡିପିଓ ଏମରେସିଆ ଏକ୍କା ମଞ୍ଚାସୀନ ଥିବାବେଳେ ଦ୍ୱିତୀୟ ଅଧିବେଶନରେ ଡ଼ା.ସୁଶାନ୍ତ ମେହେର,ପିଏଚଇଓ ସୁଦାମ ଚରଣ ପାଣିଗ୍ରାହୀ,ବିପିଏମ ବିଜୟ କୁମାର ସରାଫ,ବିଡିଏମ ନାରାୟଣ ପାଢ଼ୀ,ଏସଟିଏସ ଦେବାଶିଷ ଦେବତା ମଞ୍ଚାସୀନ ହୋଇ କିଭଳି ଭାବେ ଲକ୍ଷ ହାସଲ ସାଧିତ ହୋଇ ପାରିବ ସେ ବିଷୟରେ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.