ଗାଇସିଲେଟ :-ଗାଇସିଲେଟ ବ୍ଳକ ପିପିପି ହାଇସ୍କୁଲ ବରିହାପୁଖାପାଣି ଠାରେ ନୂତନ ଭାବେ ନିର୍ମିତ ପ୍ଳେଜୋନ୍ ଆଜି ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡତିଆ ଙ୍କ କରକମଳରେ ଶୁଭ ଉଦ୍ଘାଟନ ହୋଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି। ବିଦ୍ୟାଳୟର ୩୫ ତମ ବାର୍ଷିକ ଉତ୍ସବ ରେ ଆଜି ବିଧାୟକ ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗଦେବା ସହ ଛାତ୍ରଛାତ୍ରୀ, ଶିକ୍ଷକ କର୍ମଚାରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କୁ ସମ୍ବୋଧିତ କରିଥିଲେ। ସଭାକାର୍ଯ୍ୟକୁ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁ ପରିଚାଳନା କରିଥିଲାବେଳେ ବିଇଓ ରାମଲାଲ ବରିହା,ଏବିଇଓ ଜୟ କୁମାର ସାହୁ, ଧବଳେଶ୍ଵର ବରିହା, ନେହେରୁ ଦାଶ, ମୋ ସ୍କୁଲ ଅଭିଯାନ କମିଟି ସଭାପତି ଦ୍ରୋଣ ସାହୁ, ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ, ସମିତି ସଭ୍ୟା ସରୋଜିନୀ ପ୍ରଧାନ , ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ କଂଗ୍ରେସ ସାହୁ, ସିଆରସିସି କିଶୋର ଯୋଷୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ପ୍ରଧାନ ଶିକ୍ଷକ ମୋହନ ରଣା ସ୍ଵାଗତ ଭାଷଣ ଦେବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ ପ୍ରଶାନ୍ତ ବାଗ, ସଞ୍ଜନା କନ୍ଧେର୍, ମିଲି ପାତ୍ର, ଆଦର୍ଶ ସାହୁ,ସୃତିମୟୀ ସାହୁ, ସର୍ବେଶ୍ଵର ସାହୁ ପ୍ରମୁଖ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ର ରେଶମ ପୋଡ଼, ବେଦବ୍ୟାସ ସାହୁ ଏବଂ ଶିକ୍ଷକ ଅଶ୍ଵିନୀ କୁମାର ଦାଶ,ସୁରଥ ଭୋଇ, ଗଙ୍ଗାଧର କୁମ୍ଭାର ପ୍ରଭୃତି ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ। ବରିଷ୍ଠ ଶିକ୍ଷକ ଅରକ୍ଷିତ ବାରିକ ସଭାକାର୍ଯ୍ୟକୁ ସଂଯୋଜନା କରିଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ କର୍ମଚାରୀ ରାଧେଶ୍ୟାମ ପଧାନ, ରବିନାରାୟଣ ବେହେରା, ମୂରଲୀଧର ସାହୁ, ସୋମନାଥ ବଗର୍ତ୍ତି ଓ ପୁରନ୍ଦର ସାହୁ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଶିକ୍ଷକ ନବୀନ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଶେଷରେ ଅନ୍ୟତମ ବରିଷ୍ଠ ଶିକ୍ଷକ ବଳରାମ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post