ପଦ୍ମପୁର ପୁଲିସର ସଫଳତା –୧୭ ବାଇକ ଉଦ୍ଧାର,୭ଗିରଫ

0 1

ପଦ୍ମପୁର :ପଦ୍ମପୁର ଅଞ୍ଚଳରେ ବାଇକ ଚୋର ମାତିଥିବାରୁ ପୁଲିସ ପକ୍ଷରୁ ଏକ ବଡ଼ ଧରଣର ପଦକ୍ଷେପ ନେବାକୁ ଆରକ୍ଷୀ ଅଧିକ୍ଷକ ପିଏସ ମୀନା ଆଦେଶ ଦେଇଥିଲେ।ପଦ୍ମପୁର ଉପ ଖଣ୍ଡ ପୁଲିସ ଅଧିକାରୀ ଅମ୍ରିତ ପାଳ କୌର ଓ ଥାନା ଅଧିକାରୀ ମମତା ନାଏକଙ୍କ ପ୍ରତ୍ୟକ୍ଷ ଅନୁଧ୍ୟାନରେ ଏକ ଟିମ ଗଠନ କରାଯାଇଥିଲା।ଏସଆଇ ସୁରେଶ ନାଏକ ସହକର୍ମୀ ଏଚ ଗଡ଼ତିଆ,ଡିଡି ଧରୁଆ,ଆର ଏମ ସାହୁ ପ୍ରମୁଖ ବାରମ୍ବାର ଗାଇସିଲେଟ ରାସ୍ତା କୁଡାସିଂହା ଛକରେ ପଇତରା ମାରୁଥିଲେ।ଏତିକି ବେଳେ ଓଡି ୧୭ବି ୧୩୧୬ ବାଇକରେ ତାଲପାଲିର ଧନଞ୍ଜୟ( ଛୁଆବାବୁ)ସାହୁ ଓ କଟାବାହାଲର କୁଶ ନାଗ କୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ।ବାଇକ ଚୋରି ଘଟଣାରେ ଅନ୍ୟ ଖୁ୍ଟପାଲିର ଦୁର୍ଯ୍ୟୋଧନ( ପିଚୁ )ବଢ଼େଇ,ତାଲପାଲିର ମାଧବ କରନାଲ,ଜନକେଡ଼ାର ଲକ୍ଷ୍ମଣ ମଲ୍ଲିକ,ମହେଶ ସାହୁ ଓ ନୁଆଗାଁର ମାୟା ତରିଆ ସଂପୃକ୍ତ ଥିବା ତଦନ୍ତରୁ ଜଣାପଡିଥିଲା। ଚୋରା ବାଇକ ଉଦ୍ଧାର କରାଯାଇଛି।ଅନ୍ୟ ଚୋରି ବାଇକ ଗୁଡିକର ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।ସମସ୍ତ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.