ଭଞ୍ଜନଗର ରେ ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ

0 1

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଓଡ଼ିଶା ମୂଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସାରା ଓଡ଼ିଶା ରାଜ୍ୟରେ ଆଜି ଆଭାସି ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି ” ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା ର କାର୍ଯ୍ୟକ୍ରମ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ମୋହନ୍ ଚରଣ ମାଝୀ ଆଜି ଫେବୃୟାରୀ ୫ ତାରିଖ ବୁଧବାର ୨୦୨୫ ଦିନ ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ମିନି ଷ୍ଟାଡିୟମ୍ ଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଭଞ୍ଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମଧ୍ୟ ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାରଣ ମୂଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସି ମାଧ୍ୟମରେ ସାରା ଓଡ଼ିଶା ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ସମିତି ରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ଏକା ଥରକେ ହୋଇଛି। ସେହିପରି ଭଞ୍ଜନଗରସ୍ଥ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ। ପ୍ରଥମେ ମାନ୍ୟବର ବିଧାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ପରେ ବ୍ଳକ୍ ଅଧ୍ୟକ୍ଷ ନରୀସଭା ନାୟକ, ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣଚନ୍ଦ୍ର ପାଢ଼ୀ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି, ଶିଶୁ ପ୍ରକଳ୍ପ ଅଧିକାରୀ ଲିଲିମା ପଣ୍ଡା ମଧ୍ୟ ଭଗବାନ୍ ପାଖରେ ପୁଷ୍ପାଞ୍ଜଳି ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଭଞ୍ଜନଗର ବ୍ଳକ୍ ପରିସର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ସମ୍ମାନୀତ ବ୍ୟକ୍ତି ବିଶେଷ ମାନଙ୍କୁ ବ୍ଳକ୍ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସ୍ଵାଗତ କରାଯାଇଥିଲା। ଏଥିରେ ସହକାରୀ ନିର୍ବାହିଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, କନିଷ୍ଠ ଯନ୍ତ୍ରୀ ରବିନାରାୟଣ ନାୟକ, ପ୍ରଫୁଲ୍ଲ ସ୍ଵାଇଁ, ରାମେଶ୍ବର ବିଶୋଇ, ଶୁଭା ଅଗସ୍ତି ଦାସ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମଲିକ ଙ୍କ ସହିତ ବିଭାଗୀୟ ଅଧିକାରୀ ମହେଶ୍ୱର ପ୍ରଧାନ ଯୋଗଦାନ କରିଥିଲେ। ଏଠାକୁ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ୱାର୍ଡ ମେମ୍ବର ଙ୍କ ସହିତ ଶହ ଶହ ଗ୍ରାମ୍ୟ ମହିଳା ଉପସ୍ଥିତ ରହି ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ କୁ ଶୁଣୀ ଦେଖିଥିଲେ। ପ୍ରତ୍ୟେକ ଗାଁ ର ବିକାଶ ହେଲେ, ଓଡ଼ିଶା ର ବିକାଶ ହେବ, ଓଡ଼ିଶା ର ବିକାଶ ହେଲେ ଭାରତର ବିକାଶ ସମ୍ଭବ ହେବ ବୋଲି ସମ୍ମାନନୀୟ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ କହିଥିଲେ। ଆଜିର ଏହି ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ରେ ବି.ଏସ୍.ଏସ୍.ଓ ସଞ୍ଜୁ ନାୟକ, ପି.ଏ ମାନସ ପାତ୍ର , ଡବ୍ଳୁ.ଇ.ଓ ସ୍ଵାଗତିକା ଦାସ, ବି.ପି.ଏମ୍ ସମିର୍ ପାଢ଼ୀ, ବି.ପି.ସି ବିଶ୍ଵନାଥ ମହାନ୍ତି ଙ୍କ ସମେତ ସୂଚନା ଲୋକସମ୍ପର୍କ ବିଭାଗ ଅଧିକାରି ଗୈ।ରିଶଙ୍କର ସତପଥି ଉପସ୍ଥିତ ଥିଲେ।

Leave A Reply

Your email address will not be published.