ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ରେ ଅବ୍ୟବସ୍ଥା

0 1

ପ୍ରଶାସନିକ ଅଭହେଲା ଯୋଗୁଁ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲେ ତିନି ବର୍ଷୀୟ ଶିଶୁ

 

କୁଚିଣ୍ଡା ୫।୨(ଲିପନ ନାଏକ ):ଜମନକିରା ଗୋଷ୍ଠି ଉନ୍ନୟନ ଅଧିକାରୀ ରବୀନ୍ଦ୍ର ସେଠି ଙ୍କ ଅଧ୍ୟକ୍ଷତା ରେ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ପଡିଆରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହେଲେ ଏହି କାର୍ଯ୍ୟକ୍ରମ ରେ ପ୍ରଶାସନିକ ଅବହେଳା ଯୋଗୁଁ ଏକ ତିନି ବର୍ଷୀୟ ବାଳକ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି। ସୂଚନା ଅନୁଯାଇ ଏହି କାର୍ଯ୍ୟକ୍ରମ ପାଇଁ ବ୍ଲକ ପ୍ରଶାସନ ଅଞ୍ଚଳର ବିଭିନ୍ନ ଏସ.ଏଚ.ଜି, ଏମ.ବି.କେ, ଶୀ.ଅର.ପି ଏବଂ ଏସ.ଏଚ.ଜି ସଦସ୍ୟ ଙ୍କୁ ଡାକାଯାଇଥିଲା। ଏହି ପରିପେକ୍ଷି ରେ କିଛି ଏସ.ଏଚ.ଜି ସଦସ୍ୟ ବ୍ଲକ ଛକ ଠାରେ ଟିଫିନ ଖାଇ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷାରେ ଥିବା ବେଳେ ଏହି ଛକ ଦେଇ ଯାଉଥିବା ଏକ କାର ସମ୍ମୁଖରେ ଏକ ୩ ବର୍ଷୀୟ ଶିଶୁ ରାସ୍ତା ପାରି ହେଉଥିବ ସମୟରେ ଦୁର୍ଘଟଣା ର ଶିକାର ହୋଇଥିଲା। ହେଲେ କାର ଚାଳକ ଙ୍କ ବୁଦ୍ଧି ଯୋଗୁଁ ଉକ୍ତ ଶିଶୁଟି ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲା। ଦୁର୍ଘଟଣା ପରେ ବ୍ଲକ ଛକରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଜମନକିରା ବ୍ଲକ ପ୍ରଶାସନ ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟକ୍ରମ ରେ ଅନେକ ମହିଳାଙ୍କୁ ଡକାଯାଇଥିଲା ଓ ଏହି ମହିଳା ମାନେ ନିଜ ପୁଅ ଝିଅ ଙ୍କୁ ନେଇ ଆସିଥିଲେ ହେଲେ ପ୍ରଶାସନ ପକ୍ଷରୁ ଏହି ଜନ ଗହଳି ଛକ ରେ ଟ୍ରାଫିକ ପାଇଁ କୌଣସି ବ୍ୟବସ୍ଥା କରାଯାଇନ ଥିଲା ଏପରିକି ଅନେକ ପୋଲିସ ଗାର୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଗେଟ ପାଖରେ ଠୋଲ ହୋଇଥିବା ବେଳେ ଏହି ଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେଫ ନିଆ ଯାଇ ନଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ଉକ୍ତ ଶିଶୁ କୁ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଦୁର୍ଘଟଣା ଯୋଗୁଁ ଶିଶୁର ମୁହଁ ଏବଂ ହାତରେ ଆଘାତ ହୋଇଛି। ଏପରିକି ପୂର୍ବରୁ ମଧ୍ୟ ଏହି ଛକରେ ଏଭଳି ଦୁର୍ଘଟଣା ହେଇଥିଲା ଏପରିକି ପୂର୍ବରୁ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନାର ଉଦ୍ଘାଟନ ସମୟରେ ମଧ୍ୟ ଖାମଖିଆଲି ଭାବେ ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.