ଅସ୍ତରଙ୍ଗ,,ପୁରାଣ ପ୍ରସିଦ୍ଧ କୋଣାର୍କ ର ଚନ୍ଦ୍ର ଭଗା ତୀର୍ଥ ପୁଷ୍କରିଣୀରେ ପବିତ୍ର ମାଘ ସପ୍ତମୀ ଅବସରରେ ପାଖା ପାଖି ଦୁଇ ଲକ୍ଷ୍ୟ ରୁ ଉର୍ଦ୍ଧ ଭକ୍ତ ତଥା ଶ୍ରଦ୍ଧାଳୁ,ସାଧୁ ସନ୍ଥ, ମଙ୍ଗଳବାର ଭୋର ସମୟ ରେ ବୁଡ଼ ପକାଇ ଛନ୍ତି।ନିକଟ ମାଧିପୁର ଗ୍ରାମର,ବାବା ତ୍ରିବେଣୀସ୍ଵର୍,ସଂଥପୁର ଗ୍ରାମର ଇଶାନେ ଶ୍ୱର୍,ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ସମ୍ବୁ ପବିତ୍ର ମାଘ ସପ୍ତମୀ ଅବସରରେ ଷଷ୍ଠୀ ରାତିରେ ବର୍ଣାଢ଼ ଆଲୋକ ବ୍ୟବସ୍ଥା ଓ ସାଜ ସଜା ମଧ୍ୟରେ ନିଜ ନିଜର ପୀଠରୁ ବାହାରି,କୋଣାର୍କ ଏନ ଏ ସି ଭୋଗ ମଣ୍ଡପ,କୋଣାର୍କ ରେଭିନିୟୁ କାର୍ଯ୍ୟାଳୟ,ଓ କୋଣାର୍କ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ଠାରେ ଭୋଗ ଖାଇ ଚନ୍ଦ୍ର ଭାଗା ତୀର୍ଥ ପୁଷ୍କରଣୀ ର ସ୍ନାନ ମଣ୍ଡପ ନିକଟରେ ପହଞ୍ଚି, ତ୍ରି ଶମ୍ଭୁ ଙ୍କ ସ୍ନାନ ପାରେ ଲକ୍ଷ ଲକ୍ଷ ଭକ୍ତ ଚନ୍ଦ୍ର ଭାଗ ତୀର୍ଥ ପୁଷ୍କରିଣୀ ରେ ବୁଡ ପକାଇ ଥିଲେ । ହେଲେ ସେହି ଦିନ ଘନ୍ କୁହୁଡି ଯୋଗୁଁ ଶ୍ରଦ୍ଧାଳୁ ଭକ୍ତ ମାନେ, ସୂର୍ଯ ଦେବତା ଙ୍କୁ ଦର୍ଶନ କରି ପାରି ନ ଥିଲେ । ଅପର ପକ୍ଷରେ ,ଆସିଥିବା ଭକ୍ତମାନଙ୍କ ନିମନ୍ତେ,ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ରାତି ସାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିବା ବେଳେ,ବ୍ୟଙ୍ଗ କବି ସମ୍ପଦ ରଥ ଙ୍କ ବ୍ୟଙ୍ଗ କବିତା ବହୁତ୍ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟି ଥିଲା।
Sign in
Sign in
Recover your password.
A password will be e-mailed to you.
Prev Post