ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ ଆନୁକୂଲ୍ୟରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ ହୋଇ ଯାଇଛି।ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ,ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିଡିପିଓ ମିନତି ଦାସ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଜିପିଇଓ ପଦ୍ମନାଭ ଭାଲ୍ଲା,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ ପ୍ରମୁଖ ମଞ୍ଚାସିନ ଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକାଭିମୁଖୀ ଯୋଜନା ବିକଶିତ ଗାଁ ବିକଶିତ ଓଡିଶା ର ଶୁଭ ଉଦଘାଟନ ଆଜି ଖୋର୍ଦ୍ଧା ଜଙ୍କିଆ ମିନି ଷ୍ଟାଡିୟମ ଠାରେ କରିଥିଲେ। ୫ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏଥି ନିମନ୍ତେ ରାଜ୍ୟ ସରକାର ୫ ହଜାର କୋଟି ଟଙ୍କା ନିବେଶ କରିବେ। ଏଥିରେ ଶିକ୍ଷା ଓ କ୍ରୀଡା ଭିତ୍ତିଭୂମି ର ସମ୍ପ୍ରସାରଣ ଓ ଆଧୁନିକୀକରଣ, ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ଉନ୍ନତିକରଣ,ଗ୍ରାମାଞ୍ଚଳ ର ମୌଳିକ ଭିତ୍ତିଭୂମି ର ବିକାଶ ସହ ଗ୍ରାମିଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ, ନୂତନ ବହୁମୁଖି ଜନ ମଙ୍ଗଳକାରି ବହୁମୁଖି ପ୍ରକଳ୍ପ ର ନିର୍ମାଣ ତଥା ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ ପିଭିଟିଜି) ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗିକରଣ କାର୍ଯ୍ୟ କୁ ତ୍ଵରାନିତ କରାଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ର ବରିଷ୍ଠ ନେତା ଦିବାନ ସିଂ, ଜେ ରାଜ ଶେଖର ରାଓ (ରାଜୁ)ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଜି ସତ୍ୟା ରାଓ, ବିଜେପି ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ବୋରି ଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା,ନରେଶ ସିଂ,ନୂରୁ ସିଂ, ପାପିନି ମୁନି, ସମସ୍ତ ସରପଞ୍ଚ, ପିଇଓ, ଏସ ଏଚ ଜି ମହିଳା, ପିଆର ସଦସ୍ୟ, ଜନ ପ୍ରତିନିଧି,୧୦୦୦ ରୁ ଉର୍ଦ୍ଧ ଜନ ସାଧାରଣ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.