ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୫.୨.୨୦୨୫:ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ସରକାରଂକ ନୂତନ ଯୋଜନା” ବିକଶିତ ଗାଁ ବିକଶିତ ଓଡ଼ିଶା” ର ଶୁଭାରମ୍ଭ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ସମୃଦ୍ଧ ଓଡିଶାର ପରିଭାଷା “ବିକଶିତ ଗାଁ ବିକଶିତ ଓଡ଼ିଶା” ର ଶୁଭାରମ୍ଭ ର ଚାକ୍ଷୁଷ ଧାରା ବିବରଣୀ କୁ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତେ ଦେଖିଥିଲେ। ଏହି ଉପଲକ୍ଷେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ନୂତନ ଯୋଜନା ଉପରେ ସମ୍ୟକ୍ ଧାରଣା ଦେବା ସହ ଗାଁର ବିକାଶରେ ରାଜ୍ୟ ବିକାଶର ସମ୍ଭବ କହିବା ସହ” ବିକଶିତ ଗାଁ ବିକଶିତ ଓଡ଼ିଶା” ର ଯୋଜନାକୁ ସଫଳ କରିବାକୁ ଆହ୍ବାନ କରିଥିଲେ।ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ଏହି ନୂତନ ଯୋଜନାକୁ ଓଡ଼ିଶା ବିକାଶରେ ଏକ ଐତିହାସିକ ଦିନ କହି ଏହାଦ୍ବାରା ଗାଁର ଅର୍ଥନୈତିକ ସ୍ଥିତି ସୁଦୃଢ ରହିବା ସହ ଗାଁର ବିକାଶ ନ ହେଲେ ରାଜ୍ୟର ବିକାଶ ଅସମ୍ଭବ ବୋଲି କହିଥିଲେ। ଏହି ୫ ବର୍ଷୀୟ ଯୋଜନା ରେ ଗ୍ରାମୀଣ ଅଞ୍ଚଳର ମୌଳିକ ଭିତ୍ତିଭୂମି, ଯୋଗାଯୋଗ ବ୍ୟବସ୍ଥା, ଅନୁନ୍ନତ ଜନଜାତି ସମୁଦାୟ ବାସ କରୁଥିବା ଅଞ୍ଚଳରେ ରାସ୍ତା ସଂଯୋଗି କରଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀ ର ବିକାଶ,ଶିକ୍ଷା ଓ କ୍ରୀଡ଼ା ଭିତ୍ତି ଭୂମିର ସମ୍ପ୍ରସାରଣ ଓ ଆଧୁନୀକରଣ, ଜନମଙ୍ଗଳକାରୀ ବହୁମୁଖି ପ୍ରକଲ୍ପ ର ନିର୍ମାଣ ରେ ପ୍ରାୟ ୫୦୦୦ କୋଟି ଖର୍ଚ୍ଚ ହେବ ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଜନପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ୍ ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ , କୁଞ୍ଜ ବିହାରୀ ଦାସ,ବ୍ଲକ ଅଧ୍ୟକ୍ଷ ଶରତ ଚନ୍ଦ୍ର ଭତ୍ରା, ବ୍ଲକ୍ ଉପାଧ୍ୟକ୍ଷ ନନ୍ଦିନୀ ସମରଥ,ଅତିରିକ୍ତ ସି ଡି ଓ,ଜିଲ୍ଲା ପରିଷଦ ଯଦୁମଣି ନାୟକ,ତହସିଲଦାର କୈଳାଶ ତ୍ରିପାଠୀ,ପୌରପାଳିକା ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ଡି ଆଇ ପି ଆର୍ ଓ ମନୋଜ ବେହେରା, ବି ଡି ଓ ନବରଙ୍ଗପୁର ସୁନିଲ ଖୁରା ଓ ଅନ୍ୟ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି,ବିଭିନ୍ନ ପଂଚାୟତ ରୁ ସରପଞ୍ଚ ଗଣ, ମହିଳା ,ଅଙ୍ଗନବାଡ଼ି କର୍ମୀ,ସ୍ୱଚ୍ଛ ସାଥୀ, ଏସ ଏଚ ଜି ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post