ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ପାପଡାହାଣ୍ଡି ତା ୦୫/୦୨/୨୫ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଧିନ ମହେନ୍ଦ୍ରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କାୟକଳ୍ପ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହେନ୍ଦ୍ରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ଚିକିତ୍ସାଧିକାରୀ ଡକ୍ଟର ପଲ୍ଲଭି ପ୍ରିୟଦର୍ଶିନୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ ରେ ମୁଖ୍ୟ ଅତିଥି ଭାବେ ପାପଡାହାଣ୍ଡି ବ୍ଲକ ଅଧ୍ୟକ୍ଷା ହେମଲତା ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଯଶବନ୍ତ ନାୟକ, ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡକ୍ଟର ସସ୍ମିତା ସେଠୀ, ମହେନ୍ଦ୍ରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଫାର୍ମାସୀ ଅଫିସର ଜଗଦିଶ ଭତରା,ଆୟୁଷ ଡକ୍ଟର ସୁରଜ୍ ରଥ ପ୍ରମୁଖ ମଞ୍ଚାସିନ ଥିଲେ। ମହେନ୍ଦ୍ରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ୨୦୨୩/୨୪ ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହ ସେବା କାର୍ଯ୍ୟ କରିଥିବା ସମସ୍ତ କର୍ମଚାରୀଙ୍କୁ କାୟାକଳ୍ପ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଅତିଥି ମାନଙ୍କ ଦ୍ଵାରା ମହେନ୍ଦ୍ରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର କାର୍ଯ୍ୟରତ ସମସ୍ତ କର୍ମଚାରୀ ଡକ୍ଟର ଠାରୁ ଆରମ୍ଭ କରି ସଫେଇ କର୍ମଚାରୀ ପର୍ଯ୍ୟନ୍ତ ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବି ପି ଏମ ସୁଭରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମହିଳା ସ୍ବାସ୍ଥ୍ୟକର୍ମୀ ରଶ୍ମିତା ସାମଲ, ପ୍ରଭାତୀ ତାରା ଭତରା,ଶାନ୍ତିଲତା ରାଉତ,କର୍ମଚାରୀ ସପନ କୁମାର ଦେ, ଶୋଭା ସିଂ ମାଝୀ,ତୁଳାରାମ ଭତରା ଓ ଶ୍ୟାମ କୁମାର ମାଙ୍ଗୋଲି ସହ ଜନ ସାଧାରଣ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.