ରାଉଳି ଗୁଡା ରେ ଗରୀବ ଓ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ

0 1

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ପାପଡାହାଣ୍ଡି ତା ୦୫/୦୨/୨୫ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଉଳି ଗୁଡା ଠାରେ ଆଜି ଗରିବ ଓ ଅସହାୟ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନିଗାଁ ସରପଞ୍ଚ ଶୁକଦେବ ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଯଶବନ୍ତ ନାୟକ,ସମିତି ସଭ୍ୟ ବୈଜୟନ୍ତି ପୂଜାରୀ,ୱାର୍ଡ ସଭ୍ୟ ଗୋପି ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶୀତ ବସ୍ତ୍ର ବଣ୍ଟନ କରିଥିଲେ। ମାନିଗାଁ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁ ଗୁଡା, ବିରି ଶୋଲା, ମହେନ୍ଦ୍ରି, ରାଉଳି ଗୁଡା, ବାଣୁଆ ଗୁଡା, ମାନିଗାଁ, ଦୟାଗୁଡ଼ା, ମୁଣ୍ଡି ଗୁଡା, ଜଟିଆ ଗୁଡା,ଘୁସୁରା ବେଡା ଓ ମୁଶାପାଲା ଆଦି ଗ୍ରାମରୁ ହଜାର ରୁ ଉର୍ଦ୍ଧ ସଂଖ୍ୟାରେ ଗରିବ ମହିଳା ମାନେ ଆସି ଅତିଥି ମାନଙ୍କ ଠାରୁ ଶୀତ ବସ୍ତ୍ର ଗ୍ରହଣ କରିଥିଲେ। ମାନି ଗାଁ ପଞ୍ଚାୟତ ରେ ପ୍ରଥମ କରି ହଜାରରୁ ଉର୍ଦ୍ଧ ଗରିବ ଓ ଅସହାୟ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ବିଶିଷ୍ଟ ସମାଜ ସେବି ସୁବ୍ରତ ପରିଡା ( ମଣ୍ଟୁ) ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିପିନ ଭୁକ୍ତା, ଟିଟୁ ଜେନା, ଜୁଗୋଳ ପୂଜାରୀ,ଜଗବନ୍ଧୁ ଗୌଡ଼,ଜୟରାମ ଗୌଡ଼,ଭଗବାନ ମାଝୀ ଓ ଯୋଗେନ୍ଦ୍ର ଜାନି ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.