ରାଜବୋଡାସମ୍ବର ଧନୁଯାତ୍ରା : ପୁତନା ନିଧନ ରେ କଂସ ମର୍ମାହତ

0 2

ପଦ୍ମପୁର :- ପାଇକମାଳ ବ୍ଲକ୍ ଗୋଇବାହଲି ଠାରେ ହେଉଥିବା  ସପ୍ତମ ରାଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ର ଚତୁର୍ଥ ଦିବସ ରେ   ଗୋପପୁର  କେର୍ମେଲାବାହାଲ ରେ ଦିବା ୧୦ ଟା ରୁ ୪ ମଧ୍ୟରେ ଗୋପଳିଲା ପରାୟଣ ଅନୁଷ୍ଠିତ  କାର୍ଯ୍ୟକ୍ରମ ସହ ସମସ୍ତ ଭକ୍ତ ଙ୍କ ପାଇଁ ପ୍ରତିଦିନ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଛି । ପରେ ଶ୍ରୀକୃଷ୍ଣ ଙ୍କ ବାଲ୍ୟଲୀଳା  ଓ କଂସ ପ୍ରେରିତ ପୁତନା ବଧ ଦୃଶ୍ୟ ଅଭିନୀତ ହୋଇଥିଲା। ସଂନ୍ଧ୍ୟା ୭ ଟା ରେ କମିଟି ପକ୍ଷରୁ ଉଦଘାଟିତ ରକ୍ତଦାନ  ଶିବିର ର ରୁ ୩୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ତତ୍ପରେ  ମଥୁରା ରାଜ ଦରବାରରେ ପୁତନା ନିଧନ ରେ କଂସ ମର୍ମାହତ ହୋଇ ନାରଦ ଙ୍କ ପରାମର୍ଶ ରେ ନଳା, ଶକଟା,ତୃଣା,ଧେନୁ,ଷଣ୍ଢ ସୁର ଆଦିଙ୍କୁ ଗୋପପୁର ପ୍ରେରଣ କରିଥିଲେ।ଉକ୍ତ ଦରବାର ରେ ରାଜଅତିଥି ଭାବେ ଜୀବନବିନ୍ଦୁ ବରଗଡ଼ ଜିଲ୍ଲା  ସଂଯୋଜକ  ଗୌରହରି ମିଶ୍ର, ଶ୍ରୀମତୀ ବିଜୟ ଲଷ୍ମୀ ଛଟେଇ, .ଗାଇଲିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ  ସାହୁ,ବରିଷ୍ଠ ସମାଜ ସେବୀ ରଞ୍ଜନ କୁମାର ପଣ୍ଡା, ଯୋଗେଶ୍ୱର ବେସରା  ଏବଂ ଓକିଲ ସଂଘ ପଦ୍ମପୁର  ସମେତ ଅନ୍ୟାନ୍ୟ  ଅଥିତି ମାନେ ଯୋଗଦେଇଥିଲେ । ପରେ ଦରବାରରେ ମା ସଂସ୍କୃତି କର୍ମା ନୃତ୍ୟ, ସୁନ୍ଦରଗଡ଼ ଏବଂ ମା ତାରିଣୀ ଆଦିବାସୀ ନୃତ୍ୟ, ବନେଇ ର କଳାକାର ମନେ ନୃତ୍ୟ ପରିବେଷଣ କରଥିଲେ।

Leave A Reply

Your email address will not be published.