ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଚତୁର୍ଥ ଦିନ: ଇସ୍ପାତ ସାହିତ୍ୟ ସଂସଦ ର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ.

0 2

ରାଉରକେଲା, (ବସନ୍ତ କୁମାର ଜେନା): ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ଚତର୍ଥ ଦିବସରେ ଇସ୍ପାତ ସାହିତ୍ୟ ସଂସଦ ର ସାହିତ୍ୟ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର ଉପସଭାପତି ଡାକ୍ତର ବସନ୍ତ କୁମାର ଦାସ ଙ୍କ ସଭାପତିତ୍ବ ଓ ଅଶୋକ କୁମାର ବଳଙ୍କ ସଂଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ ଉଦଘାଟକ ଭାବେ ଯୋଗ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉଦଘାଟକ ଶ୍ରୀ ତ୍ରିପାଠୀ ଅନୁଷ୍ଠାନର କାର୍ଯ୍ୟକ୍ରମ ଓ ପୁସ୍ତକମେଳା ଆୟୋଜନ ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନାଟ୍ୟକାର ତଥା ନିର୍ଦ୍ଦେଶକ କୈଳାଶ ପାଣିଗ୍ରାହୀ ଙ୍କ ରଚିତ ନାଟକ ‘ ସହରରେ ଥିଲା ଗୋଟେ ଘର’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଦ୍ବିତୀୟ କାର୍ଯ୍ୟକ୍ରମ ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ର ସଭାପତି ବ୍ରଜେନ୍ଦ୍ର ଦାଶ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ବାଳ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛପା ପୁସ୍ତକର ଭବିଷ୍ୟତ ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ସଭାପତି ତ୍ରିଲୋଚନ ମଥାନ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଦାଶ ସଭାପତିତ୍ବ ଅଭିଭାଷଣ ଓ ସମ୍ପାଦକ ଶ୍ରୀ ବିଶ୍ବାଳ ଅନୁଷ୍ଠାନ ତରଫରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନନ୍ଦ ମଞ୍ଚାସୀନ ଥିଲେ। ପ୍ରଥମ ପର୍ଯ୍ୟାୟରେ କବି ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କବି ସୁଶାନ୍ତ କୁମାର ନାୟକ ଓ ପ୍ରତାପ କୁମାର ପଣ୍ଡା ଙ୍କ ସଂଯୋଜନାରେ ସହରର ବହୁ କବି ସ୍ବରଚିତ କବିତା ପାଠ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ପର୍ଶୁରାମ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ , ପ୍ରଦୀପ ପଟ୍ଟନାୟକ, କରୁଣାକର ପାଟ୍ଟଶାଣୀ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.