ଭଷ୍ମାଥାନା: ଲୁଟଉଦ୍ୟମ କରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ

0 1

ସୁନ୍ଦରଗଡ : ଭଷ୍ମା ଥାନା ଅର୍ନ୍ତଗତ ରେମଣ୍ତା ଅଞ୍ଚଳରେ ଗତ ଜାନୁଆରୀ ୧୫ ତାରିଖ ସନ୍ଧ୍ୟାରେ ଲୁଟକରିବା ଉଦ୍ଦେଶ୍ଯରେ ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ଭଷ୍ମା ପୋଲିସ ଗିରଫ କରିବା ସହ ଲୁଟ ସାମଗ୍ରୀକୁ ଜବତକରି ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି । ଭଷ୍ମା ଥାନା ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଦୁଇ ହତ୍ୟାକାରୀ ରେମଣ୍ଡା ଗ୍ରାମର ତରୁଣ ଦିରିଆ ୨୪ ବର୍ଷ ଓରଫ ବିଜୁ ଓ ସଦର ଥାନା ଅନ୍ତର୍ଗତ ରୁପିଡିହି ଗ୍ରାମ ର ଅଲେଖ ବେସନ ୨୮ ବର୍ଷଙ୍କୁ ଗିରଫକରି ଭଷ୍ମା ପୋଲିସ କୋର୍ଟଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହୋବାରୁ ତାଙ୍କୁ ବିଚାରଧୀନ ଜେଲ ହାଜତକୁ ପଠାଇ ଦିଆଯାଇଛି। ମୁଖ୍ଯ ଅଭିଯୁକ୍ତ ତରୁଣ ନାମରେ ପୂର୍ବରୁ ଭଷ୍ମା ଥାନାରେ ତିନି ତିନୋଟି ଓ ଝାରସୁଗୁଡ଼ାର ଜିଲ୍ଲାର କୋଲାବିରା ଥାନାରେ ଗୋଟିଏ ମାମଲା ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ଓ ଆହୁରି କହିଛନ୍ତିଯେ ସେ କିଛିଦିନ ହେବ ଜାମିନରେ ଆସିଥିଲା ତାନାମରେ ପୋଲିସ ପକ୍ଷରୁ ଲୁୁଟ ,ହତ୍ୟାକାଣ୍ଡ ଓ ସାକ୍ଷପ୍ରମାଣ ନଷ୍ଟ କରିବାର ଦଫା ଲାଗିଛି ହେଲେ ଏଠାରେ ସୂଚାଯୋଗ୍ୟଯେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ରେମୁଣ୍ଡା ଅଞ୍ଚଳବାସୀ ସୁଚନା ମୁତାବକ ଗତ ଜାନୁଆରୀ ୧୬ ତାରିଖ ଦିନ ରେମଣ୍ତା ଗ୍ରାମର ବାଦିମୁଡା ନିକଟସ୍ଥ ଏକ ବିଲରୁ ସଂଜୟ ନାଏକ ବ୍ୟକ୍ତିଙ୍କ ୪୦ ଙ୍କ ଶରୀର ରକ୍ତାକ୍ତ ଓ ଚେତାଶୂନ୍ୟ ଅବସ୍ଥାରେ ମିଳିଥିଲା ଅଞ୍ଚଳବାସୀ ଭଷ୍ମା ପୋଲିସ କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ,ଭଷ୍ମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସଂଜୟଙ୍କୁ ଚେତାଶୂନ୍ୟ ଏବଂ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ସୁନ୍ଦରଗଡ ଜିଲ୍ଲାମୁଖ୍ଯ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ କିନ୍ତୁ ସଂଜୟଙ୍କ ସ୍ବାସ୍ଥ୍ୟ ବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରିବାର ପକ୍ଷରୁ କଟକ ଜିଲ୍ଲା ବଡମେଡିକାଲ କୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା , କିନ୍ତୁ ଚିକିତ୍ସିତ ହେଉଥିବା ଅବସ୍ଥାରେ ଜାନୁଆରୀ ୨୨ତାରିଖ ଦିନ ମୃତ୍ଯୁବରଣ କରିଥିଲେ । ତାଙ୍କ ସଂପର୍କିତ ଭାଇ ବୀରକିଶୋର ନାଏକ ୩୫ ବର୍ଷ ନିଖୋଜ ଅଭିଯୋଗ ଦାଖଲ କରିଥିଲେ ତାଙ୍କର ଅଭିଯୋଗ କୁ ଆଧାର କରି ଭଷ୍ମା ପୋଲିସ ଏକ ମାମଲା ରୁଜୁ କରିଥିଲା । ପୋଲିସ ଘଟଣାସ୍ଥଳରୁ ହେଲମେଟ ସହ ତାଙ୍କ ବାଇକର ନମ୍ବର ପ୍ଲେଟ ପାଇଥିଲା ବେଳେ ତାଙ୍କର ମୋବାଇଲ ଫୋନ ଓ ବାଇକକୁ ଦୁର୍ବୁତ୍ତ ଲୁଟି ନେଇଥିଲେ। ଯାହା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛିଯେ ଜାମତଲିଆ ଗ୍ରାମର ସଂଜୟ ନାଏକ ହେମଗିର ଆଇସିଡିଏସ ର ମୁଖ୍ଯ କିରାଣୀ ଭାବରେ କାର୍ଯ୍ୟରତ ଥିଲେ । ସଂଜୟଙ୍କ ଚେତା ଫେରି ନଥିବାରୁ ପୋଲିସ ତଦନ୍ତ ଆଗେଇ ପାରିନଥିଲା । କିନ୍ତୁ ପୋଲିସ ପକ୍ଷରୁ ତଦନ୍ତକୁ ଗୁରୁତର ସହ ନେଇ ଆସାମୀ ମାନଙ୍କୁ ଧରିବା ପାଇଁ ପ୍ରୟାସ ଜୋରଦାର ଆରମ୍ଭ କରିଥିଲା ଓ ପୋଲିସ ଲୁୁଟ ହୋଇଥିବା ମୋବାଇଲକୁ ପ୍ରଥମେ ଟ୍ରାକ କରି ମୋବାଇଲକୁ ଗୋଟିଏ ମୋବାଇଲ ଦୋକାନରୁ ହିଁ ଜବତ କରିଥିଲା ପୋଲିସ ,ଦୁର୍ବୃତ୍ତ ମାନେ ଦୋକାନରେ ବିକ୍ରି କରିଥିଲେ ବୋଲି ଜଣାପଡିଛି କିନ୍ତୁ ଅପରପକ୍ଷରେ ସେହି ମୋବାଇଲକୁ ପୁଣି ଜଣେ ଗ୍ରାହାକ କିିଣିିିଥିିଲେ । ସେହିି ମୋବାଇଲ ହିଁ ଦୁଇ ଆସାମୀଙ୍କୁ ଗିରଫ କରିବାରେ ମେଡ଼ିସିନ ଭଳି କାମକଲା, ଓ ହତ୍ୟାକାରୀ ବିିିଜୁକୁ ଗିରଫ କରିବାରେ ସକ୍ଷମ ହେଲା ପୋଲିସ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ କରିିଥିବାର ସ୍ବିକାର କରିଥିଲେ । ଲୁଟ ହୋଇଥିବା ମଟରସାଇକେଲ, ବ୍ରୋସଲେଟ ଓ ମୋବାଇଲ କୁ ଜବତ କରିିଛି ପୋଲିସ । ଘଟଣାର ତଦନ୍ତ ଭଷ୍ମା ଥାନା ଅଧିକାରୀ ଅଶୋକ ଦାସ , ଏଏସଆଇ ଭାବଗ୍ରାହୀ ଜେନା ଆଇଓ ରହି ତଦନ୍ତ କରିଥିଲେ।ଏନେଇ ଆଜି ସୁନ୍ଦରଗଡ ଏସଡିପିଓ ସୋମନାଥ ଜୋନ ପ୍ରେସମିଟ କରିସୁଚନା ଦେଇଛନ୍ତି |

Leave A Reply

Your email address will not be published.