୩ୟ ଦିନ ବ୍ରହ୍ମପୁର ଓ ପୁରୀ କଳାକାର ଙ୍କ ବାଘନାଚ ଓ ମାଲଖମ୍ବ ନୃତ୍ୟ କଲା ଆକର୍ଷିତ

0 3

ରାଉରକେଲା, (ବସନ୍ତ କୁମାର ଜେନା):   ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ଓ ଖାଦ୍ୟମେଳା ର ୩ୟ  ଦିବସରେ ବଣାଇ ଉପଜିଲ୍ଳାପାଳ ଅକ୍ଷୟ ପିଲ୍ଳେ ମୁଖ୍ୟ ଅତିଥି ଓ ସହାୟକ ଆୟୁକ୍ତ ଅଭିଷେକ ମିଶ୍ର ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ  l

ଆଜି ରାଉରକେଲା ସହିତ ବହ୍ମପୁର ଓ ପୁରୀ ଜିଲ୍ଲାର କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ l
ବ୍ରହ୍ମପୁର ର ପବିତ୍ର କ୍ରିଏଶନ ପକ୍ଷରୁ ବାଘ ନାଚ ଓ ପୁରୀର ମାଲଖମ୍ବ ୟୁନାଇଟେଡ ନୃତ୍ୟଦଳ ପକ୍ଷରୁ ମାଲଖମ୍ବ ପ୍ରଦର୍ଶନ ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲl l  ସେହିପରି ରାଉରକେଲାର ଦେବନୃତ୍ୟମ ପକ୍ଷରୁ ଓଡିଶୀ ଓ କଥକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ବେଳେ ରାଉରକେଲାର ସୁର ତାଳ ଗ୍ରୁପ ଓଡିଶାର ବାର ମାସରେ ତେର ପର୍ବ ଆଧାରିତ ନୃତ୍ୟ କରିଥିଲେ |

ଆଜିର କାର୍ଯ୍ୟକ୍ରମରେ ଜେତ୍ସାରାଣୀ ସାହୁ ଓ ଅମନ ରାୟ ମଂଚ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁନ୍ଦରଗଡ ନନ୍ଦିନୀ ମୁଣ୍ଡାରୀ, ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା ଓ ସହକାରୀ ନିର୍ଦେଶକ ହସ୍ତଶିଳ୍ପ ସୁନ୍ଦରଗଡ ମୋନାଲିସା ପ୍ରଧାନ ଉପସ୍ଥିତ ଥି ଲେ l

Leave A Reply

Your email address will not be published.