ସୁନ୍ଦରଗଡ: ରବିବାର ସୁନ୍ଦରଗଡ ଅରଣ୍ୟ ନଗର ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଘାଟନ l ଉକ୍ତ ଉଦଘାଟନୀ ଉତ୍ସବରେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୌରଧ୍ୟକ୍ଷl ତନୟl ମିଶ୍ର ଯୋଗ ଦେଇଥିଲେ l ଏହି ଅବକାଶରେ ଅଷ୍ଟ ପ୍ରହରୀ ନାମ ସଙ୍କୀର୍ତ୍ତନର ଆୟୋଜନ କରା ଯାଇଥିଲା l ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆସନ୍ତା ଶିକ୍ଷାବର୍ଷ ୨୦୨୫ ମସିହା ଠାରୁ ୧୨୮ ଟି ସିଟରେ ବିଜ୍ଞାନ ବିଭାଗ ପାଇଁ ଛାତ୍ର ଛାତ୍ରୀ ମାନେ ଆବେଦନ କରି ପାରିବେ l ଏହି ଅନୁଷ୍ଠାନରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ସ୍ଵୀକୃତ ପାଠ୍ୟକ୍ରମ ଅନୁଯାଇ ଶିକ୍ଷା ଦାନ କରାଯିବ, ତା ସହିତ ମେଡିକାଲ ଓ ଇଞ୍ଜିନିୟରିଙ୍ଗ ପ୍ରସ୍ତୁତି ପାଇଁ ଅଭିଜ୍ଞ ଶିକ୍ଷକ ମାନଙ୍କ ଦ୍ଵାରା ଶିକ୍ଷାଦାନ କରାଯିବ l ଛାତ୍ର ଛାତ୍ରୀ ନିବାସ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ରହିଛି ବୋଲି ବିଦ୍ୟାଳୟ ସେକ୍ରେଟାରୀ ସୂଚନା ଦେଇଛନ୍ତି l ଏହି ଉଦଘାଟନୀ ଉତ୍ସବରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଅଧ୍ୟାପକ ତଥା ସମାଜସେବୀ ମାନେ ଯୋଗଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post