(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଛତ୍ରପୁର,୨/୨ , ସ୍ଥାନୀୟ ଛତ୍ରପୁର ସ୍ଥିତ ଅନ୍ ସ୍ଲୋ ମିନି ଷ୍ଟାଡିୟମରେ ଛତ୍ରପୁର ର ପ୍ରେସ୍ କ୍ଳବ୍ ର ବାର୍ଷିକୋତ୍ସବ ପାଳିତ ହୋଇ ଯାଇଅଛି। ଏଅଵସରରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଥିଲେ ବିଧାନସଭା ବାଚସ୍ପତି ଶ୍ରୀ ମତୀ ସୁରମା ପାଢୀ ରାଜ୍ୟ ପରିଵହନ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତିଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦିବ୍ୟଜ୍ୟୋତି ପରିଡ଼ା, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଶ୍ରୀ ମତୀ ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ପ୍ରେସ୍ କ୍ଳବ୍ ର ସଭାପତି ରବିନ୍ଦ୍ର ନାଥ ପଣ୍ଡା , ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, ମହିଳା ମୋର୍ଚ୍ଚା ଗଠନ ନେତ୍ରୀ ସୁଜାତା ସାବତ ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ଥିଲେ ବୋଲି ଜଣାପଡିଛି। ଆଜିର ଏ କାର୍ଯ୍ୟକ୍ରମ ରେ ସାଂସ୍କୃତିକ ତଥା ଓଡ଼ିଶାର ଲୋକନୃତ୍ୟ, ଓ “ଆମ ଛତ୍ରପୁର ସ୍ବର”ପୁସ୍ତକ ଟି ଉନ୍ମୋଚିତ ହୋଇଥିଲା ବେଳେ ଭାଷଣ ମାଧ୍ୟମ ରେ ଅତିଥି ମାନେ ସାମ୍ବାଦିକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
