ସୁନ୍ଦରଗଡ :– ସୁନ୍ଦରଗଡ ସାଇ ବିହାର ରୋଡ଼ରେ ଆଜି ସରସ୍ଵତୀ ପୂଜା ଦିବସରେ ସୁନ୍ଦରଗଡ଼ ଜର୍ଣ୍ଣାଲିଷ୍ଟ ଆସୋସିଏସନର କାର୍ଯ୍ୟାଳୟ ଉଦଘାଟନ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ସମ୍ମାନୀତ ଅତିଥି ଭାବେ ସୁନ୍ଦରଗଡ ସଦର ବିଧାୟକ ଯୋଗେଶ କୁମାର ସିଂ, ପୌରାଞ୍ଚଳ ଅଧ୍ୟକ୍ଷା ତନୟl ମିଶ୍ର, ବରିଷ୍ଠ ଆଇନଜିଵୀ ନିମାଇ ଚରଣ ନାଏକ, ବରିଷ୍ଠ ଆଇନଜିଵୀ ଅଶୋକ ଦାଶ, ବିଶିଷ୍ଟ ଶିକ୍ଷାବିତ ତଥା ସୁନ୍ଦରଗଡ ଏଜୁକେସନlଲ ଟ୍ରଷ୍ଟ ସମ୍ପାଦକ ରାଜକିଶୋର ଷଡଙ୍ଗୀ, ବରିଷ୍ଠ କଂଗ୍ରେସ ନେତା ତଥା ରାମଜୀ ମନ୍ଦିର ଟ୍ରଷ୍ଟର ସଭାପତି ବେଣୁମାଧବ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ l ଏପରି ଏକ ସଂଘର ନିହାତି ଆବଶ୍ୟକତା ଥିଲା ବୋଲି ମୁଖ୍ୟ ଅତିଥି ତଥା ସମ୍ମାନୀତ ଅତିଥି ମାନେ ନିଜର ଅଭିଭାଷଣ ରଖିଥିଲେ l ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଦାୟିତ୍ଵ ନିଭାଉ ଥିବା ସମସ୍ତ ସାମ୍ୱାଦିକ ବନ୍ଧୁ ବା ସଂଘ ପ୍ରତି ଆମର ସବୁବେଳେ ଶୁଭେଚ୍ଛା ଓ ସହଯୋଗ ରହିବ, ଆଗାମୀ ଦିନରେ ଏହି ସଙ୍ଘ ସୁନ୍ଦରଗଡ଼ବାସୀଙ୍କ ସ୍ୱାର୍ଥ ସହ ନ୍ୟାୟ ବିରୁଦ୍ଧରେ ନିଜର କାର୍ଯ୍ୟକରିବେ ବୋଲି ଅତିଥି ମାନେ ମତ ରଖିଥିଲେ l
Sign in
Sign in
Recover your password.
A password will be e-mailed to you.