ବିନା ସୂଚନା ଫଳକରେ ଚାଲିଛି ବାଉଣ୍ଡ୍ରି କାର୍ଯ୍ୟ

0 2

ସମ୍ବଲପୁର ୧।୨(ଲିପନ ନାଏକ ): ଜମନକିରା ବ୍ଲକ ଧୂଳିପାଲି ଗ୍ରାମୀଣ ପାର୍କ ର ବାଉଣ୍ଡ୍ରି କାର୍ଯ୍ୟରେ ସରକାର ଙ୍କ ନିୟମ କୁ ବେଖାତିର କରାଯାଇ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଛି ଯାହାଫଳରେ କାର୍ଯ୍ୟର ସ୍ୱଚ୍ଛତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସୂଚନା ଅନୁଯାଇ ଏହି କାର୍ଯ୍ୟ ପାଇଁ ଜିଲ୍ଲା ପରିଷଦ ସଭ୍ୟ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ହେଲେ ଏହି କାର୍ଯ୍ୟ ପାଇଁ କେତେ ଟଙ୍କା କେଉଁ କାର୍ଯ୍ୟ ପାଇଁ ଏବଂ କେଉଁ ପାଣ୍ଠିରୁ ପ୍ରଦାନ କରାଯାଇଛି ତାହା ସୂଚନା ଫଳକ ରେ କୌଣସି ପ୍ରକାର ରେ ଦର୍ଶା ଯାଇନାହଁ ଏପରିକି ପୂର୍ବରୁ କାର୍ଯ୍ୟ ହୋଇଥିବା ଏବଂ ଏହାର ଫଳକ କୁ ମଧ୍ୟ ଭାଙ୍ଗି ଦିଆଯାଇଛି। ହେଲେ ବର୍ତମାନ ଚାଲୁଥିବା କାର୍ଯ୍ୟ କିଏ ଏବଂ କେଉଁ ପାଣ୍ଠିରୁ କାର୍ଯ୍ୟ କରାଯାଉଛି ତାହା ଜଣା ପଡୁନାହିଁ।ଜମନକିରା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ପ୍ରତି ପଞ୍ଚାୟତ ପାଇଁ ଯନ୍ତ୍ରୀ ନିୟୋଜିତ କରାଯାଇଛି ଏବଂ ଏହି ଯନ୍ତ୍ରୀ ଙ୍କ ଦାଇତ୍ୱ କାର୍ଯ୍ୟ କୁ ତଦାରଖ କରିବା ହେଲେ ଠିକାଦାର ଏବଂ ଯନ୍ତ୍ରୀଙ୍କ ସାଲାସୁତୁରା ରେ ଏଭଳି କାର୍ଯ୍ୟ ଚାଲୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଗ୍ରାମ ଉନ୍ନୟନ ମନ୍ତ୍ରୀ ଙ୍କ ଅଞ୍ଚଳରେ ଏଭଳି ଅବହେଲା ହେବା ଠିକ ନୁହେଁ ଏଣୁ କରି ଜମନକିରା ବିଡ଼ିଓ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହୋଇଛି।

Leave A Reply

Your email address will not be published.