ନୟାଗଡ଼(ବିଶ୍ଵଜିତ ନାୟକ) :- ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ ଭୂଷଣ ମହାପାତ୍ର ଏବଂ କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ପୂଜା ଓ ହୋମ କାର୍ଯ୍ୟ ସମାପନ ହୋଇଛି । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କର୍ତ୍ତା ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଚେଷ୍ଟା ବଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ଭବନ ଉପର ମହଲାରେ ଏକ ସଭାଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳିଥିଲା । ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଜି ବୈଦିକ ରୀତି ଅନୁସାରେ ହୋମ କାର୍ଯ୍ୟ ସମାପନ ହୋଇଛି । ଆଗାମୀ ଦିନରେ ଏହାକୁ ଉଦଘାଟନ କରାଯିବା ପାଇଁ ସ୍ଥିର ହୋଇଛି । ଆଜିର କାର୍ଯ୍ୟରେ ଶ୍ରୀକାନ୍ତ ଖଟେଇ, ବିଶ୍ୱଜିତ ନାୟକ, ନିହାର ରଞ୍ଜନ ପଟ୍ଟନାୟକ, ରଜତ ପଟ୍ଟନାୟକ, ପ୍ରଶାନ୍ତ କୁମାର ଜେନା, ବିଭୂତି ଭୂଷଣ ସ୍ୱାଇଁ, ସଞ୍ଜୟ କୁମାର ସାଇଁ, ରସାନନ୍ଦ ସ୍ୱାଇଁ, ରବୀନ୍ଦ୍ର କୁମାର ଦାଶ, ଦେବବ୍ରତ ନାୟକ, କ୍ଷୀରୋଦ ପଟ୍ଟନାୟକ, ଧିରେନ୍ଦ୍ର ପଟ୍ଟନାୟକ, ମହେଶ ମିଶ୍ର, ବିଶ୍ୱଭୂଷଣ ମହାପାତ୍ର,ଅଶୋକ କୁମାର ସାଥୁଆ , ପ୍ରଭାତ ମହାପାତ୍ରଙ୍କ ସମେତ ବହୁ ସଦସ୍ୟ ତଥା ସାମ୍ବାଦିକ ସାମିଲ ହୋଇଥିଲେ । ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.