ଓଡଗାଁ, ୨।୧(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ପ୍ରସିଦ୍ଧ ସ୍ବର୍ଣ୍ଣ କଳସ କ୍ଷେତ୍ର ଅଧିଶ୍ବର ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ମାନବୀୟ ଳିଳା ଆଧାରରେ ଋତୁଚକ୍ରର ପରିବର୍ତ୍ତନ ସହିତ ପ୍ରଭୁଙ୍କର ବେଶଭୁଷା ଓ ରୀତି ନୀତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ମାର୍ଗଶୀର ଓଢଣଷଷ୍ଠୀ ତଥା ପ୍ରାବରଣ ତିଥିଠାରୁ ମାଘ ଶୁକ୍ଲ ବରଦା ଚତୁର୍ଥି ୨ମାସ ଧରି ଶ୍ରୀଜିଉମାନେ ଶୀତ ପ୍ରକୋପରୁ ଶରୀରରେ ଉଷ୍ମତା ଭରିରଖିବା ପାଇଁଁ ମୁଖମଣ୍ଡଳକୁ ଛାଡି ସର୍ବାଙ୍ଗ ଶରୀରକୁ ଶୀତବସ୍ତ୍ରରେ ଆଚ୍ଛାଦିତ ହୋଇଥାନ୍ତି । ବସନ୍ତପଞ୍ଚମୀ ଠାରୁ ବସନ୍ତ ଋତୁର ଆଗମନରେ ଶୀତର ପ୍ରକୋପ କମ ହୋଇଥିବାରୁ ଆଜି ଠାରୁ ଶ୍ରୀଜୀଉମାନଙ୍କର ଓଢଣ ଉଲାଗୀ ବେଶ ଅର୍ଥାତ୍ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ପୂର୍ଣ୍ଣାଙ୍ଗ ରୂପକୁ ଦର୍ଶନ କରିବାର ସୈାଭାଗ୍ୟ ଅର୍ଜନ କରିଥିଲେ । ଆଜିର ବସନ୍ତପଞ୍ଚମୀ ନୀତି ଅନୁସାରେ ଖେଚୁଡି ଧୂପ ପରେ ମଧ୍ୟାହ୍ନ ୧୨ଟା ସମୟରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପାଇ ରତ୍ନବେଦୀରେ ଆଳତୀ ପରେ ମଣି ବିମାନରେ ବିଜେକରି ଶ୍ରୀଜୀଉ ମାନେ ବସନ୍ତ ପଞ୍ଚମୀ ନୀତି ମଣ୍ଡପକୁ ବିଜେ ହୋଇଥିଲେ । ଦୋଳି ଖଟୁଳୀରେ ଶ୍ରୀଜିଉମାନେ ଅବସ୍ଥାନ କରିବା ପରେ ପଞ୍ଚ ଉପଚାରରେ ଶ୍ରୀଜିଉଙ୍କ ଶ୍ରୀପଞ୍ଚମୀ ବନ୍ଦାପନା କରାଯାଇଥିଲା । ରାତି ୮ବେଳେ ପୁନଃ ମଣି ବିମାନରେ ବିଜେକରି ନଗର ପରିକ୍ରମା କରିବା ସମୟରେ ଚାଚେରୀ ଭୋଗ ନୈବେଦ୍ୟ ପାଇ ମନ୍ଦିର ପ୍ରବେଶ କରିଥିଲେ । ଚତୁଃଶମ, ଗୀତଗୋବିନ୍ଦ ଓ ବଡସିଂଘାର ନୀତି କରାଯାଇ ରାତ୍ର ୧୦ଟାରେ ପହୁଡ ପଡିଥିଲା । ମନ୍ଦିର ବେଢାରେ ପାର୍ଶ୍ବଦେବାଦେବୀ ରୁପେ ପୂଜିତ ମା’ ସରସ୍ୱତୀଙ୍କର ପୂର୍ବାହ୍ନ ୧୧ଟା ସମୟରେ ସ୍ୱତନ୍ତ୍ର ରାଜଭୋଗ ଓ ଆଳତୀ ଅର୍ପଣ କରାଯାଇଥିଲା । ଆଜିର ପାଳିଆ ପଣ୍ଡା ରଞ୍ଜନ ମହାପାତ୍ର, ପରିଚ୍ଛା ହରିବନ୍ଧୁ ଷଢଙ୍ଗୀ ଓ ପୂଜକ ପରିଷଦର ସମସ୍ତ କର୍ମକର୍ତା ଏବଂ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦ୍ବାରା ଶୃଙ୍ଖଳାର ସହିତ ସମସ୍ତ ନୀତି କାର୍ଯ୍ୟ ପରିଚାଳିତ ହୋଇଥଲା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post