
ଜମନକିରା ୨।୨(ଲିପନ ନାଏକ ): ଜମନକିରା ବ୍ଲକ୍ ଅନ୍ତର୍ଗତ କୁଲୁଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡ କୁଣ୍ଢେଇସରା ପ୍ରାଥମିକ ବିଦ୍ୟାଳୟ, କଦଳିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କୁରେଇବାହଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିରିଜ ଚୋରି ହୋଇଥିବା ଗୌଡ଼ ପାଲି ଫାଣ୍ଡି ରେ ଲିଖିତ ଅଭିଯୋଗ ହୋଇଛି। ବିଦ୍ୟାଳୟରେ ସିରିଜ୍ ଚୋରିରେ ପ୍ରୋଜେକଟର, ସାମସଙ୍ଗ ଏଲ.ଇ.ଡ଼ି ଟିଭି, ମାଉଥ ସ୍ପିକର, ସାଉଣ୍ଡ ସିଷ୍ଟମ, ଶିକ୍ଷକଙ୍କ ଲେପଟପ ଭଳି ମୂଲ୍ୟ ବାନ ସାମଗ୍ରୀ ସହିତ ଅନ୍ୟ ଯାବତୀୟ ସାମଗ୍ରୀ ଚୋରି ହୋଇଛି।ରବିବାର ରାତ୍ରିରେ ଦୁର୍ବୁତ୍ତ ମାନେ ବିଦ୍ୟାଳୟ ତାଲା ଫାଡ଼ି ଶିକ୍ଷକ ମାନଙ୍କୁ ଦିଆ ଯାଇଥିବା ଟାବଲେଟ, ଶିକ୍ଷା ଉପକରଣ ତଥା ଅନ୍ୟାନ୍ୟ ଜିନିଷ ଚୋରି କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗୌଡ଼ ପାଲି ଫାଣ୍ଡିରେ ଏ ସମ୍ପର୍କ ରେ ଲିଖିତ ଭାବେ ଜଣାଇଛନ୍ତି। ବିଭିନ୍ନ ସମୟରେ ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତରେ ଚୋରି ବୃଦ୍ଧି ପାଉଥିବା ବେଳେ ପୋଲସର ପେଟ୍ରୋଲିଙ୍ଗ ଏବଂ କାର୍ଯ୍ୟ କଳାପକୁ ନେଇ ବର୍ତମାନ ସଚେତନ ନାଗରିକ ମହଲରେ ଆଲୋଡନା ସୃଷ୍ଟି ହୋଇଛି। ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରବିବାର ପାଇଁ ବନ୍ଦ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ଚୋରି ହୋଇଥିବା ସାମଗ୍ରୀ ର ଆନୁମାନିକ ମୂଲ୍ୟ ୫ଲକ୍ଷ୍ୟ ରୁ ୬ଲକ୍ଷ୍ୟ ହୋଇଥିବା ନେଇ ଅନୁମାନ କରାଯାଉଛି। ସମ୍ବଲପୁର ଏସ.ପି ଏଥି ପ୍ରତି ଧ୍ୟାନ ଦେଇ ଘଟଣାର ତଦନ୍ତ କରି ପେଟ୍ରୋଲିଙ୍ଗ ବଢ଼ାଇବାକୁ ସାଧାରଣ ରେ ଦାବି ହୋଇଛି।
Sign in
Sign in
Recover your password.
A password will be e-mailed to you.
Next Post