ପଦ୍ମପୁର :- ପାଇକମାଳ ବ୍ଲକ୍ ଗୋଇବାହଲି ଠାରେ ସପ୍ତମ ରଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହାଇଯାଇଛି। ପଲସଦା , କେର୍ମେଲାବାହାଲ, ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ର ମିଳିତ ସହଯୋଗରେ ଅନୁଷ୍ଠିତ ଯାତ୍ରା ରେ ସକାଳ ୧୦ ଟା ରେ ଡୁଙ୍ଗୁରିପାଲି ଠାରୁ ଗୋପପୁର କେର୍ମେଲାବାହାଲ ପର୍ଯ୍ୟନ୍ତ ଶତାଧିକ ମହିଳା ମାନେ କଳସ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ସନ୍ଧ୍ୟା ରେ ମହାରାଜ ଉଗ୍ରସେନ ଦିଗବିଜୟ ସାରିବା ପରେ ସାତ ଦିନ ଧରି ହେବାକୁ ଥିବା ଧନୁଯାତ୍ରା ରାଜ ଦରବାର ଉଦଘାଟନ ହୋଇଥିଲା । ଉକ୍ତ ଉଦଘାଟନି ସଭା ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା , ଭୋଜରାଜ ସିଂ ବରିହା ସମେତ ଅନ୍ୟ ଅତିଥି ମାନେ ଯୋଗଦେଇଥିଲେ । ତତ୍ପରେ ଦରବାର ରେ ବୈଦେହୀ କଳା ପରିଷଦ କୋଣାର୍କ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ର ବାଳିକା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷିତ ହୋଇଥିଲା ।ଏହି ଧନୁଯାତ୍ରା ଆସନ୍ତା ୭ ତାରିଖ ପର୍ଯନ୍ତ ମହାଆଡମ୍ବର ରେ ପାଳିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.