କେନ୍ଦୁଝର,ତା୨/୨- ସ୍ଥାନୀୟ କଲେଜ ରୋଡ଼ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ମା’ ବାଗଦେବୀଙ୍କ ପୂଜା ସହିତ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମା’ ସରସ୍ଵତୀଙ୍କ ପୂଜା କରିଥିବା ବେଳେ ବିଦ୍ୟାଳୟର ଶିଶୁ ବାଟିକା ବିଭାଗର ଶିଶୁ ବୋଧ ଶ୍ରେଣୀର ଶିଶୁ ଭାଇ ଭଉଣୀଙ୍କର ବିଦ୍ୟାରମ୍ଭ ଯଜ୍ଞ ସହ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶ୍ରେଣୀର ଶିଶୁ ଭାଇ ଭଉଣୀ ତଥା ସେମାନଙ୍କ ମାତୃ ମଣ୍ଡଳୀ ପ୍ରାତଃ ସମୟରେ ସ୍ଥାନୀୟ କଲେଜ ରୋଡ଼ କଳ୍ପେଶ୍ଵର ଶିବ ମନ୍ଦିରରେ ପୂଜା କାର୍ଯ୍ୟ ଆରମ୍ଭ କରି କୀର୍ତ୍ତନ ମଣ୍ଡଳୀ ସହ ପାଲିଙ୍କି ଯାତ୍ରାରେ ବିଦ୍ୟାଳୟକୁ ଆସିଥିଲେ। ବିଦ୍ୟାଳୟରେ ସେହି ଶିଶୁ ମାନଙ୍କୁ ପୁରୋହିତ ଦ୍ୱାରା ଯଜ୍ଞ କାର୍ଯ୍ୟ କରି ଖଡିଛୁଆଁ କରାଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ଅପରାହ୍ଣରେ ସମର୍ପଣ ଉତ୍ସବ ସହ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ସଭାପତି ଡଃ ଅନିଲ କୁମାର ଦାସଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ହୋଇଥିଲାବେଳେ କେନ୍ଦୁଝର ସଦରର ସିଡିପିଓ ସ୍ଵର୍ଣ୍ଣଲତା ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ତ୍ତମାନ ସମୟରେ ମା’ ମାନଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ। ସମ୍ପାଦକ ଭାଗୀରଥି ଗିରି, ଉପସଭାପତି ହୃଦାନନ୍ଦ ପ୍ରଧାନ, ସଦସ୍ୟା ମନ୍ଦାକିନୀ ବେହେରା ଯୋଗ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ଼ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମା’ ମାନଙ୍କ ଦ୍ବାରା ସମର୍ପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ସେବା ବ୍ରତୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post