ସୋହେଲା :-ସୋହେଲା ବ୍ଲକ କୁଚିପାଲି ଗ୍ରାମରେ ନବନିର୍ମିତ ମନ୍ଦିର ମା’ କାଳୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ଆସନ୍ତା ସୋମବାର ବାଟଡେର୍ମା ଶକ୍ତିପୀଠରୁ ପୂର୍ଣ୍ଣଜଳ କଳସ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ ପୂର୍ବକ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ ୬ ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟହ ପୂର୍ବାହ୍ନରେ ପାରାୟଣ, ସନ୍ଧ୍ୟାରେ ବିଭିନ୍ନ ଲୋକନୃତ୍ୟ, ଲୋକଗୀତ, କବି ସମ୍ମିଳନୀ, ସଂକୀର୍ତ୍ତନ ଧାରା, ଜଳନ୍ଧର ଦରବାର ଆଦି ଅନୁଷ୍ଠିତ ହେବ ବୋଲି ସଭାପତି ଉପେନ୍ଦ୍ର ପଧାନ, ଉପସଭାପତି ମଣ୍ଟୁ ଅଗ୍ରୱାଲ, ସମ୍ପାଦ ଦକ ପ୍ରମୋଦ ସାହୁ, ସହସମ୍ପାଦକ ବସନ୍ତ ମେହେର, କୋଷାଧ୍ୟକ୍ଷ ଅଶ୍ଵିନୀ ପଧାନ ପ୍ରମୁଖ ସୂଚନା ଦେଇଛନ୍ତି ଏନେଇ ପୂଜା କମିଟି ଓ କୁଚିପାଲି ଗ୍ରାମବାସୀଙ୍କ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି।